Odisha Link
Bridging the Missing Links in Odisha

ହାଇଦ୍ରାବାଦ୍ ପୁଲିସ୍‌ ଏନକାଉଣ୍ଟର: ନିର୍ଭୟା ପୀଡିତାଙ୍କ ମା’ କହିଲେ ମୁଁ ବହୁତ ଖୁସି, ପୁଲିସ୍‌ର

ହାଇଦ୍ରାବାଦ୍: ରାତି ୪ଟାରେ ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତ ଏନକାଉଣ୍ଟରେ ନିହତ ହୋଇଛନ୍ତି। ପଚରାଉଚରା ପାଇଁ ନିଆଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ଏନକାଉଣ୍ଟର କରିଛି। ଫଳରେ ୪ ଅଭିଯୁକ୍ତ ନିହତ ହୋଇଛନ୍ତି।

ଏନକାଉଣ୍ଟରରେ ୪ ଜଣ ଅଭିଯୁକ୍ତ ନିହତ ହେବା ପରେ ନୀର୍ଭୟା ପୀଡ଼ିତାଙ୍କ ମା’ ଆଶା ଦେବୀ ଶୁକ୍ରବାର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି ବହୁତ ଖୁସି ଅନୁଭବ କରୁଛି। ଏଭଳି ଦଣ୍ଡ ପାଇଁ ମୁଁ ଖୁସି। ପୁଲିସ୍‌ ଏକ ଏକ ମହାନ କାମ କରିଛି। ମୋର ଦାବି ଯେ, ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଉ।

ମୃତ ପୀଡିତାଙ୍କ ବାପା କହିଛନ୍ତି, ମୋ ଝିଅ ମୃତ୍ୟୁର ୧୦ ଦିନ ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ନିହତ କରିଛି। ମୁଁ ପୋଲିସ ଓ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ମୋ ଝିଅର ଆତ୍ମା ବର୍ତ୍ତମାନ ଶାନ୍ତି ପାଇବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।

Comments are closed.