ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

ଜୟପୁର: ଜୟପୁର ବାମ୍ଫୁଣୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ।ଗତକାଲି ତାଙ୍କୁ ସଦର ପୁଲିସ ଗିରଫ କରିଥିବାବେଳେ ଓ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ଖରାଛୁଟିରେ ସେ ଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଘରେ ରଖିଥିଲେ। ତାଙ୍କ ଘରେ ରହିବା ସମୟରେ ରାଜେନ୍ଦ୍ର ତାଙ୍କ ସହ ୬ ଥର ଦୈହିକ ସମ୍ପର୍କ ରଖିଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏଥିସହ ସ୍କୁଲ ପରିସରରେ ମଧ୍ୟ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ତାଙ୍କ ସହ ଦେିହିକ ସମ୍ପର୍କ ସ୍ଥାପନ କରିଥିବା କଥା ସ୍ୱୀକାର କରିଛନ୍ତି।
ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (୨) (ଏନ୍)/ ୩୭୬ (୩)/ ୫୦୬ ଏବଂ ପୋକ୍ସୋ ଆଇନ୍ର ଏସ୍. ୫ ଏବଂ ଏସ୍ସି/ଏସ୍ଟି ପିଓଏ ଆଇନ୍ର ଏସ୍. ୩ (୨) (ଭି) ଲାଗୁ କରାଯାଇଥିବା କଥା ଏସ୍ଡିପିଓ ଭି. ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି।
Comments are closed.