ବଳାତ୍କାର ଘଟଣା ଉପରେ କଣ କହିଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ ଧର୍ମକୁ ଟାଣୁଥିବାରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ।
ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗର ଜଣେ ସାଂସଦ ମନ୍ଦିର ନାମ ଉଠାଉଥିବା ବେଳେ ଅନ୍ୟ ଜଣେ ହାଇଦ୍ରାବାଦ-ଉନ୍ନାଓ ଘଟଣା ବିଷୟରେ କହିଛନ୍ତି। କିନ୍ତୁ ମାଲଦାରେ ଯାହା ହୋଇଛି ତାହାକୁ ନେଇ କଣ ପାଇଁ ଚୁପ୍ ଅଛନ୍ତି। ସ୍ମୃତି ମାଲଦାର ନାମ ନେବା ମାତ୍ରେ ଲୋକସଭାରେ ହଙ୍ଗାମା ହୋଇଥିଲା ଏବଂ କଣ ହୋଇଛି କୁହନ୍ତୁ ବୋଲି ଟିଏମସି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାପରେ ସ୍ମୃତି କହିଥିଲେ ଯେ, ଜାଣି ନାଁ ଯଦି ପଶ୍ଚିମବଙ୍ଗର ଖବର କାଗଜ ଯାଇ ପଢ।
ମାଲଦାର ବଳାତ୍କାର ଘଟଣାକୁ ରାଜନୈତିକ ଅସ୍ତ୍ର ବାବରେ ବ୍ୟବହାର କରାଯାଉଛି। ଯଦି ଆପଣ ଚିଲେଇ ଜଣେ ମହିଳାଙ୍କ ସ୍ଵର ଚାପିବାକୁ ଚେଷ୍ଟା କରୁଛ ତେବେ ତାହା ଭୁଲ। ଏବଳି ଜଘନ୍ୟ ଅପରାଧକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ। ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅର୍ଥ ଦେଉଛନ୍ତି।
Union Minister Smriti Irani in Lok Sabha: The fact that you(Opposition MPs) shout here today, means you do not want a woman to stand up and talk about issues. You were quiet when in West Bengal panchayat polls, rape was used as a political weapon,you were quiet then. pic.twitter.com/XZxJc5pJad
— ANI (@ANI) December 6, 2019
Comments are closed.