ବିଜେପିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।
ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ରକ୍ଷକ ଏଠି ଭକ୍ଷକ ସାଜିଛି। ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଅଛି ତ ବୋଲି ପ୍ରଶ୍ନ କରିଛି ବିଜେପି ?
ଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ କେନ୍ଦ୍ର ସରକାର ଘର ଦେଉଛନ୍ତି। କିନ୍ତୁ ଦଳୀୟ କର୍ମୀଙ୍କୁ ଚଞ୍ଚକତା କରି ଅନୁଦାନ କାହିଁକି ଦିଆଗଲା ?
ଫୋନି ପ୍ରଭାବିତ ଏବେ ବି ପଲିଥିନ ତଳେ ଅଛନ୍ତି, ସ୍କୁଲ ଘର ଓ ରାସ୍ତା କାହିଁକି କରାଗଲା ନାହିଁ?
ମେକ୍ ଇନ୍ ଓଡ଼ିଶା କଥା କୁହାଯାଉଛି ହେଲେ ଶିଳ୍ପ ସଂସ୍ଥା ରାଜ୍ୟ ଛାଡ଼ି ପଳାୟନ କରୁଛନ୍ତି। ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି।
କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି, ରାଜ୍ୟ ସରକାର କିନ୍ତୁ ଖର୍ଚ୍ଚ କରିନପାରି ଋଣ କରୁଛନ୍ତି। ସିଏଜି ରିପୋର୍ଟରୁ ଜଣା ପଡିଛି ଯେ ୩୬ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନାହିଁ।
ପଞ୍ଚାୟତିରାଜ ବିଭାଗ ୪୦ ପ୍ରତିଶତ ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି ବୋଲି ପ୍ରେସ୍ ମିଟରେ ଅଭିଯୋଗ କରିଛି ବିଜେପି।
କାଳିଆ ଯୋଜନାରେ କେତେ ଲୋକଙ୍କୁ ଅନୁଦାନ ଦେଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି। କାଳିଆ ଓ କିଷାନ ଯୋଜନା ମିଶିପାରିବ ନାହିଁ, ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।
ନିର୍ବାଚନ ପୂର୍ବରୁ କୋଷ୍ଟାଲ ହାଇୱେ କାର୍ଯ୍ୟକାରୀ କଲେନି। ରାଜନୀତି କରି ରାଜ୍ୟ ସ୍ୱାର୍ଥରେ ରାଜ୍ୟ ସରକାର ବାଧା ଦେଇଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି।
Comments are closed.