ଆଖି ବୁଜିଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା, ମୃତ୍ୟୁ ପୂର୍ବରୁ କହିଥିଲେ..
ନୂଆଦିଲ୍ଲୀ: ଜୀବନ ସହ ସଂଗ୍ରାମରେ ଶେଷରେ ହାରିଗଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧.୪୦ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଅଭିଯୁକ୍ତମାନେ କିରୋସିନ ଢାଳି ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୦ ଭାଗ ପୋଡି ଯାଇଥିବାରୁ ଡ଼ାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ସେ ବଂଚିବାକୁ ଚାହୁଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ପିଡିତା ତାଙ୍କ ଭାଇଙ୍କୁ କହିଥିଲେ। ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳୁ ବୋଲି ମଧ୍ୟ ପିଡିତା କହିଥିଲେ। ଉତରପ୍ରଦେଶ ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ।
ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ ତାର ୫ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୌ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ପଠାଯାଇଥିଲା। ଡ଼ାକ୍ତରଙ୍କ ସୁଚନା ଅନୁସାରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁବୃର୍ତଙ୍କ ଆକ୍ରମଣରେ ପିଡୀତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲେ ମଧ୍ୟ ପିଡ଼ିତା ପ୍ରାୟ ଏକ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ ଓ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ। ଏହା ସହ ପୀଡ଼ିତା ନିଜେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ। ପୀଡ଼ିତାଙ୍କ ଫୋନ କଲ ପାଇବା ପରେ ଅମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା। ଶେଷରେ ସେ ଜୀବନ ହାରିଛନ୍ତି।
Comments are closed.