ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ: ରାଜ୍ୟପାଳ
![](https://www.odishalink.com/wp-content/uploads/2019/12/Ganeshi-Lal.png)
ଭୁବନେଶ୍ବର: ଭାରତ ଏକ ଭାବର ପ୍ରତୀକ। ତାତ୍ତ୍ବିକ ଅର୍ଥରେ ଏହାକୁ ଭୌଗୋଳିକ ସୀମାରେଖା ମଧ୍ୟରେ ରଖିହେବ ନାହିଁ । ସମଗ୍ର ବ୍ରହ୍ମାଣ୍ଡର ରୂପରେଖ ହେଉଛି ଭାରତ, ଯାହାର ପରିଚୟ ଆଧ୍ୟାତ୍ମିକ ଚେତନା ଉପରେ ପର୍ଯ୍ୟବସିତ। ଏବଂ ଏହି ଚେତନାର ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା ଯାହା କାଳାତୀତ ଓ ସାର୍ବଜନୀନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।
ଆଜି ଭୁବନେଶ୍ୱରରେ ଇସ୍କନ ଗୁଣ୍ଡିଚା ମନ୍ଦିରରେ ପରମ ପୂଜ୍ୟ ଭକ୍ତି ଚାରୁ ସ୍ୱାମୀ ମହାରାଜାଙ୍କ ‘କରୁଣା-ସାଗର’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଗୀତାର ଭାବାର୍ଥ ପ୍ରତ୍ୟେକ ବ୍ୟକ୍ତ ପାଇଁ ପ୍ରଯୁଜ୍ୟ। ପ୍ରତ୍ୟେକ ମୁହୂର୍ତ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏକ ମୁହୂର୍ତ ମଧ୍ୟ ଜୀବନକୁ ନୂଆ ଗତି ପଥ ଦେଇପାରେ। ଏଣୁ ପ୍ରତିଟି ମୁହୂର୍ତକୁ ସର୍ବୋମ ଚେତନା ସହ ସଂଯୁକ୍ତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ‘ଗୀତା’ ରେ ସକଳ ସମସ୍ୟାର ସମାଧାନର ସୂତ୍ର ରହିଛି। ଏହାର ନିୟମିତ ଅଧ୍ୟୟନ ଓ ବ୍ୟାଖାନର ଆବଶ୍ୟକତା ରହିଛି। ସଂପ୍ରତି ମଣିଷ ପରଚିତି ସଂକଟ ମଧ୍ୟରେ ଗତି କରୁଛି। ଏହି ପରିଚିତି ଯେ ଏକ ବୃହମ ପରିଚିତିର ଅଂଶବିଶେଷ, ଏପରି ଧାରଣା ମାଧ୍ୟମରେ ହୀନମନ୍ୟତା ଲୋପ ପାଇବ ଓ ମଣିଷର ଉରଣ ସଂଭବ ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି।
‘କରୁଣା-ସାଗର’ ପୁସ୍ତକର ଲେଖକ ପରମ ପୂଜ୍ୟ ଭକ୍ତି ଚାରୁ ସ୍ୱାମୀ ମହାରାଜ ଏହି ପୁସ୍ତକ ରଚନାର ପ୍ରେରଣା ସେ ପରମ ପୂଜ୍ୟ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଠାରୁ ପାଇଥିବା ସୂଚନା ଦେଇ ନିଜର ଆଧ୍ୟାତ୍ମିକ ଅନ୍ୱେଷଣ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଗୀତା ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ। ଇସ୍କନ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରେମାନନ୍ଦ ଦାସ, ପରମପୂଜ୍ୟ ସୁଭାଗ ସ୍ୱାମୀ ମହାରାଜ ପ୍ରମୁଖ ଇସ୍କନର ବିଭିନ୍ନ କାର୍ଯ୍ୟଧାର ବିଷୟରେ ଆଲୋଚନା କରିଥିଲେ।
Comments are closed.