କପିଲଙ୍କ ଘରେ ଖୁସିର ଲହରି

ମୁମ୍ବାଇ : କମେଡ଼ି ଷ୍ଟାର କପିଲ ଶର୍ମାଙ୍କ ଘରେ ଖୁସିର ଲହରି ଖେଳି ଯାଇଛି । କପିଲ ଡ଼ିସେମ୍ବର ୧୨ ,୨୦୧୮ ରେ ତାଙ୍କ ସାଙ୍ଗ ଗିନ୍ନି ଚତର୍ଥ ଙ୍କୁ ବିବାହ ହୋଇଥିଲେ । ମାର୍ଚ୍ଚ ମାସରୁ ଏହି ଖୁସି ଖବରର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଖବର ଟି ହେଲା କପିଲ ବାପା ହୋଇଯାଇଛନ୍ତି ।
Blessed to have a baby girl
need ur blessings
love u all
jai mata di
— Kapil Sharma (@KapilSharmaK9) December 9, 2019
ଆଜି ଭୋର୍ ୩ଟା ୨୩ରେ କପିଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତା’ସହିତ ତାଙ୍କ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଛନ୍ତି ।କପିଲ୍ ଏହି ଟ୍ୱିଟ୍ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିଲା। ରକୁଲ୍ ପ୍ରୀତ୍, ଦିଆ ମିର୍ଜା, ଅକ୍ଷୟ କୁମାର୍, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହ୍ୱାଲ୍ଙ୍କ ପରି ଅନେକ ବଲିଉଡ୍ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍ଙ୍କୁ ଟ୍ୱିଟ୍ରରେ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.