ମୋ ନାଁ ସାବରକର ନୁହେଁ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ଭାରତ ବଞ୍ଚାଅ ସମାବଶରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମେକ୍ ଇନ୍ ଇଣ୍ଡିଆ କୁ ରେପ୍ ଇନ୍ ଇଣ୍ଡିଆ କହି ଚର୍ଚ୍ଚାରେ ଥିବା ରାହୁଲ କହିଛନ୍ତି ଯେ, ମୋ ନାମ ରାହୁୁଲ ସବାରକର ନୁହେଁ ରାହୁୁଲ ଗାନ୍ଧୀ। ଯଦି କ୍ଷମା ମାଗିବାର ଅଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗନ୍ତୁ। ଦେଶରେ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ଥିଲା ଯାହାକୁ ମୋଦି ସରକାର ନଷ୍ଟ କରି ଦେଇଛି।
ଏଥିସହିତ ରାହୁଲ କହିଛନ୍ତି ଯେ, କଳାଧନ ନାମରେ ମୋଦି ସରକାର ଜନସାଧାରଣଙ୍କୁ ଠକି ଦେଇଛନ୍ତି। ସାରା ବିଶ୍ବର ଲୋକ ସୁନାର ଘର କହୁଥିଲେ। ହେଲେ ଆଜି ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତ ରହିଛି। ହେଲେ ଅଭିବୃଦ୍ଧିର ପୁରୁଣା ଶୈଳୀକୁ ଯଦି ଦେଖିବା ତାହେଲେ ଦେଶର ଅଭିବୃଦ୍ଧି ୨.୫ ପ୍ରତିଶତ ରହିଛି ବୋଲି ରାହୁଲ କହିଛନ୍ତି। ମୁଁ ଥରେ ସଂସଦରେ ପଚାରିଲି ଦେଶରେ ମୋଦି ସରକାର ଚାଲିଛି, ଦେଶରେ ଚାଷୀ କେତେ ଆତ୍ମହତ୍ୟା କଲେଣି? ହେଲେ ଜବାବରେ ସରକାର କହିଥିଲେ ଜଣାନାହିଁ। ସେହିପରି ଦେଶର ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଛନ୍ତି ରାହୁଲ। ତାଙ୍କ ସରକାର ଉପରେ ଆକ୍ରମଣାତ୍ମକ ଭାବରେ ଖବର ପ୍ରସାରଣ କରୁଥିଲେ। ହେଲେ ଏବେ କ’ଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭୟ କରିବାର ନାହିଁ ଆପଣଙ୍କ ସହିତ କଂଗ୍ରେସ ରହିଛି। ଘୃଣା ବିରୋଧରେ ମିଳିମିଶି ଲଢ଼ିବା ବୋଲି ସେ କହିଛନ୍ତି।
Comments are closed.