Odisha Link
Bridging the Missing Links in Odisha

ନାଗରିକତା ଆଇନ: ଶୁଣାଣି କରିବେ ସୁପ୍ରିମକୋର୍ଟ, କହିଲେ ପ୍ରଥମେ ହିଂସା ରୋକ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ସମେତ କିଛି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ ଆସନ୍ତାକାଲି ଶୁଣାଣି କରିବେ ବୋଲି କହିଛନ୍ତି। ହେଲେ ଏହା ପୂର୍ବରୁ ହିଂସା ରୋକିବାକୁ ନିବେଦନ କରିଛନ୍ତି। ଯଦି ହିଂସା ନରୋକିବ ତାହେଲେ ଶୁଣାଣି କରିବେନି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ହିଂସା ପାଇଁ ପୁଲିସ କିମ୍ୱା ଛାତ୍ରଙ୍କୁ କାହାରିକୁ ସେ ଦୋଷୀ ବୋଲି ବିଚାରକୁ ନେଉ ନାହାନ୍ତି ବୋଲି ସିଜେଆଇ କହିଛନ୍ତି। ଛାତ୍ର ହୋଇ ଆଇନକୁ ହାତକୁ ନେବା ଠିକ୍ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

କୋର୍ଟରେ ଆଜି ଶୁଣାଣି ବେଳେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ ହିଂସାର ଏକ ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ସିଜେଆଇ ସ୍ପଷ୍ଟ କରିଥିଲେ, ସେ କୌଣସି ପ୍ରକାର ଭିଡିଓ ଦେଖିବାକୁ ଚାହୁଁନାହାନ୍ତି। ଯଦି ଏଭଳିଂ ହିଂସା ଜାରି ରହିବ ତାହେଲେ ସୁପ୍ରିମକୋର୍ଟ କୌଣସି ପ୍ରକାର ରାୟ ଶୁଣାଇବେ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ବାବଦରେ ମଧ୍ୟ ସିଜେଆଇ ପ୍ରତିକ୍ରିୟା ରଖିଛନ୍ତି। ଶୁଣାଣି ବେଳେ ସେ କହିଛନ୍ତି, ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଏଭଳି ପଦକ୍ଷେପ ନେବାକୁ ପଡ଼ିବ। ହିଂସା କରିବାକୁ ଯାଇ ଦେଶର ସମ୍ପତ୍ତିକୁ କେହି କ୍ଷତି ପହଞ୍ଚାଇପାରିବେ ନାହିଁ ବୋଲି ସିଜେଆଇ କହିଛନ୍ତି।

Comments are closed.