ଡାକ୍ତରଙ୍କୁ ଦୁର୍ବ୍ୟବହାର, ୨ ଅଟକ
ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଖାଲି ସେତିକି ନୁହେଁ ରୋକୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଚାମ୍ବରରେ ପଶି ଚେୟାର ଟେବୁଲ ଫିଙ୍ଗା ଫୋପଡ଼ା କରିଛନ୍ତି। ଏନେଇ ଟାଉନ ଥାନାରେ ଡାକ୍ତରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି ।
ସୂଚନା ଅନୁସାରେ ବିଦ୍ୟୁତ୍ ଆଘାତ ପରେ ବଳଭଦ୍ରପୁରର ଜଣେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବି ସମ୍ପର୍କୀୟମାନେ ମାନିବାକୁ ନାରାଜ ଥିଲେ।
Comments are closed.