Odisha Link
Bridging the Missing Links in Odisha

ଆଜି ବି ସାଇକେଲରେ ଆସିଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ପୂର୍ବ ଶୁକ୍ରବାର ଭଳି ଆଜି ବି ସାଇକେଲରେ ଅଫିସ ଆସିଛନ୍ତି ଅଧିକାରୀ ଓ କର୍ମଚାରୀ। ପ୍ରତି ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି।
ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟଥିବାବେଳେ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରରେ ଥିବା ୩ଟି ସରକାରୀ ଅନୁଷ୍ଠାନ । ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ। କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ ରହିବେ ଓ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବ ବୋଲି କମିଶନର କହିଛନ୍ତି। ବିଏମସି , ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮ ଶହ କର୍ମଚାରୀ କାମ କରୁଛନ୍ତି। ଏବେ ପ୍ରତି ଶୁକ୍ରବାର ସାଇକେଲ୍ ବାର । ବିଏମସି, ବିଡିଏ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ବା ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଗତ ଶୁକ୍ରବାରରୁ କାର୍ଯ୍ୟକାରୀ ହୋଇସାରିଛି ଏହି ନିର୍ଦ୍ଦେଶ । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି।

Comments are closed.