Odisha Link
Bridging the Missing Links in Odisha

ଗଛରେ ବାନ୍ଧି ପିଟିଲେ, ମୁହଁରେ ପରିସ୍ରା କଲେ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା କାଇପଦରରେ ବର୍ବରତାର ସୀମା ଟପିଛି। ୨ ଜଣ ଯୁବକ ଜଣେ ଯୁବକଙ୍କୁ ଅପହରଣ କରିନେଇ ଗଛରେ ବାନ୍ଧିଲେ ଓ ପିଟିଲେ । ଖାଲି ସେତିକି ନୁହେଁ ମାଡ଼ ଖାଇ ପାଣି ପାଇଁ ବିକଳ ହେବାରୁ ଜଣେ ଯୁବକଙ୍କ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ । ଗତ ୧୮ ତାରିଖର ଏଭଳି କିଛି ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଯାଇଛି ।

ପୂର୍ବ ଶତ୍ରୁତାରୁ ବଙ୍ଗିଦା ଗ୍ରାମର ଜଣେ ଯୁବକଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ କାଇପଦର ଗ୍ରାମକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ଦେଇ ଠେଙ୍ଗା, ବହ୍ଲା ଓ କାଠ ଫାଳିଆରେ ନିର୍ଧୂମ ପିଟିଥିଲେ । ମାଡ଼ ଖାଇ ପାଣି ମାଗିବାରୁ ତା ମୁହଁରେ ଜଣେ ଯୁବକ ପରିସ୍ରା କରିଥିଲା । ଗାଁ ଦାଣ୍ଡରେ ଏସବୁ ଚାଲିଥିଲେ ବି କେହି ଏହାର ପ୍ରତିବାଦ କରିନଥିଲେ ।

Comments are closed.