Odisha Link
Bridging the Missing Links in Odisha

କୋଟିଏ ଠକି ରାତାରାତି ଛୁ

ବାସୁଦେବପୁର: ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇ ଏକ ସଂସ୍ଥା ଛୁ ମାରିଛି । ଘରକରଣା ଜିନିଷ ଦେବା ନାମରେ ଉକ୍ତ ସଂସ୍ଥା କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଠକି ନେଇଛି। ୪୦% ରିହାତିରେ ଜିନିଷ ଦେବାକୁ କହି ଉକ୍ତ ସଂସ୍ଥା ଅଗ୍ରୀମ ଆଦାୟ କରିଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରେ ସଂସ୍ଥା ଖୋଲି ଅଗ୍ରୀମ ଆଦାୟ କରାଯାଇଥିଲା । କିଛି ଲୋକଙ୍କୁ ରିହାତି ଦେବାକୁ ବହୁ ଲୋକ ଅଗ୍ରୀମ ଟଙ୍କା ଦେଇଥିଲେ । ତେବେ ଠକାମୀର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ପୁଲିସ ଏହାର ତନାଘନା କରୁଛି ।

Comments are closed.