Odisha Link
Bridging the Missing Links in Odisha

ଜାନୁଆରୀ ୨୭ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ସୁର

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁର ରାଉତରାୟ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଭୁବନେଶ୍ୱରସ୍ଥ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ସ୍ଥାନାନ୍ତର କରାଯିବାକୁ ଦାବି କରି ସେ ଏଭଳି ଚେତାବନୀ ଦେଇଛନ୍ତି । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁର ରାଉତରାୟ ଏଭଳି ଚେତାବନୀ ଦେଇଛନ୍ତି । ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି । ଏହା ଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଥିବା ସୁର ଅଭିଯୋଗ କରିଛନ୍ତି । ଏଥିସହ ଜଟଣୀ ଅଞ୍ଚଳର ୨୭ଟି ଗ୍ରାମର ଜମିକୁ ଫେରାଇ ଦେବାକୁ ମଧ୍ୟ ସୁର ଦାବି କରିଛନ୍ତି । ଆସନ୍ତା ଜାନୁଆରୀ ୨୬ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ନବୀନ ନିବାସକୁ ଘେରାଉ କରିବାକୁ ସୁର ଚେତାବନୀ ଦେଇଛନ୍ତି । ଖାଲି ସେତିକି ନୁହେଁ ନବୀନ ନିବାସ ଆଗରେ ଆତ୍ମାହୁତି ଦେବାକୁ ସୁର ରାଉତରାୟ ଚେତାବନୀ ଦେଇଛନ୍ତି ।

 

Comments are closed.