ନିଆଁରେ ଜଳିଗଲା ଝିଅ, ମା’ ଓ ୨ ପିଲା ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଯାଇଛି। ନିଆଁରେ ପୋଡ଼ି ହୋଇ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୁଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗାଁର ଅରୁଣ ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା। ପରିବାରର ସମସ୍ତେ ଘରେ ଶୋଇଥିଲେ। ଘରେ ନିଆଁ ଲାଗିଯାଇଥିବା ଅରୁଣ ପ୍ରଥମେ ଜାଣିପାରିଥିଲେ। ସଙ୍ଗେସଙ୍ଗେ ନିଜ ସ୍ତ୍ରୀ ଓ ତିନି ପିଲାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୧୩ ବର୍ଷୀୟ ଝିଅର ମୃତ୍ୟୁ ହୋଇ ଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
Comments are closed.