ଗିନିଜ୍ ରେକର୍ଡ଼ରେ ସ୍ଥାନ ପାଇଲେ ୧୬ବର୍ଷୀୟ ହର୍ଷ
ଶିମଳା: ଯୋଗ ପ୍ରଦର୍ଶନ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ଼ରେ ସ୍ଥାନ ପାଇଲେ ୧୬ ବର୍ଷୀୟ ହର୍ଷ। ସେ ହିମାଚଳ ପ୍ରଦେଶ ରାଜଧାନୀ ଶିମଳା ସ୍ଥିତ କୁଫରୀରେ ବସବାସ କରନ୍ତି। ପ୍ରଥମ ଯୋଗ ପ୍ରଦର୍ଶନକାରୀ ଭାବେ ତାଙ୍କ ନାଁ ଗିନିଜ୍ ରେକର୍ଡ଼ରେ ସ୍ଥାନ ପାଇଥିବା ହର୍ଷ ଦାବି କରିଛନ୍ତି।
ହର୍ଷ ପଞ୍ଚମ ଶ୍ରେଣୀରୁ ହିଁ ଯୋଗାଭ୍ୟାସ ଆରମ୍ଭ କରିଥିଲେ। ୬ ବର୍ଷର ଏହି ଯାତ୍ରାରେ ହର୍ଷଙ୍କ ପିତା ସଞ୍ଜୀବ କନ୍ୱର୍, ମାଆ ନୀନା କନ୍ୱର୍ ଓ ଶିକ୍ଷକମାନେ ତାଙ୍କୁ ପ୍ରୋତ୍ସାହନ ଦେଇଛନ୍ତି। ହର୍ଷ ଏକାଦଶ ଶ୍ରେଣୀର ଛାତ୍ର ଓ ସେ ସଞ୍ଜୌଲୀ ସ୍ଥିତ ସରକାରୀ ସ୍କୁଲରେ ପାଠପଢନ୍ତି।
ହର୍ଷଙ୍କ କହିବାନୁସାରେ, ସ୍କୁଲରେ ମଧ୍ୟ ସେ ଯୋଗାଭ୍ୟାସ କରନ୍ତି ଓ ନିଜ ସାଙ୍ଗମାନଙ୍କୁ ଯୋଗ କରିବାକୁ ପ୍ରୋତ୍ସାହିତ କରନ୍ତି। ପୂର୍ବରୁ ମଧ୍ୟ ସେ ୪ ଥର ଜାତୀୟ ଓ ୬ ଥର ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଇଣ୍ଡିଆ ଷ୍ଟାର ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ଼ରେ ତାଙ୍କ ନାଁ ସାମିଲ ରହିଛି। ଯୋଗ ପାଇଁ ହର୍ଷଙ୍କୁ ହିମାଚଳ ରତ୍ନ-୨୦୧୮ରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ନଭେମ୍ବର ମାସରେ ରାଜ୍ୟପାଳଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି।
Comments are closed.