କିଏ ହେଲେ ଓଜେଇଇ ଟପ୍ପର
ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇଛି ଓଜେଇଇ ଫଳାଫଳ । ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପୁସ୍ତିକା ଉନ୍ମୋଚନ କରିଛନ୍ତି । ତେବେ ଏଥିରେ କିଏ କେଉଁ ବିଷୟରେ ଟପ୍ପର ହୋଇଛନ୍ତି ଆସନ୍ତୁ ଜାଣିବା ।
୧- ଏମବିଏ- ପ୍ରଦୀପ କୁମାର କମ୍ପ
୨- ଏମସିଏ- ସ୍ମିତାରାଣୀ ଚୌଧୁରୀ
୩- ଏମ.ଟେକ- ପ୍ରଦୀପ କୁମାର ବାରିକ
୪-ଏମ.ଫାର୍ମା- ଅତୁ୍ୟର୍ମିଲା ଚକ୍ରବର୍ତ୍ତୀ
୫- ବି.ଫାର୍ମା-ସମୀର କୁମାର ପାଢୀ
୬- ଲ୍ୟାଟେରାଲ ଏଣ୍ଟି୍ର ଫାର୍ମାସୀ- ଅମିତ କୋଟାଲ
୭- ଲ୍ୟାଟେରାଲ ଏଣ୍ଟି୍ର ବିଏସସି-ଭବାନୀ ଶଙ୍କର ବେହେରା
୮- ଇଣ୍ଟିଗ୍ରେଟେଡ ଏମବିଏ- ସ୍ୱୀକୃତି ମହାପାତ୍ର
୯-ଲ୍ୟାଟେରାଲ ଏଣ୍ଟି୍ର ଏମସିଏ- ସୁମନ୍ତ ପାତ୍ର
ସୂଚନା ଯୋଗ୍ୟ ଯେ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟି୍ର ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଲାଟେରାଲ ଏଣ୍ଟି ବି.ଟେକ୍ ସମେତ ଲାଟେରାଲ ଏଣ୍ଟି୍ର ବି.ଫାର୍ମା, ବି.ଫାର୍ମା, ଇଣ୍ଟିଗ୍ରେଟେଡ ଏମ୍ବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ପେନ୍ ଆଣ୍ଡ ପେପର ବେସଡ ବା ଅଫଲାଇନରେ ପରୀକ୍ଷା କରାଯାଇଥିଲା ।
ପ୍ରକାଶ ଯେ, ଅଫଲାଇନରେ ୨୫,୭୩୧ ଓ ଅନଲାଇନରେ ୧୩,୯୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ୬ ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତଙ୍କୁ ର୍ୟାଙ୍କ ମିଳିଛି ।
ତେବେ ଛାତ୍ରଛାତ୍ରୀମାନେ www.ojee.nic.in ଓ odishajee.comରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।
Comments are closed.