ଉତ୍ତରପ୍ରଦେଶ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଓମ୍ ପ୍ରକାଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଏନଏଚଆରସିଙ୍କ ପକ୍ଷରୁ ନୋଟିସ ଦିଆଯାଇଛି।
ସୂଚନାଯୋଗ୍ୟ, ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବହୁ ମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ହିଂସା ସୃଷ୍ଟିକାରୀଙ୍କ ସମ୍ପତ୍ତି ଜବତ କରି କ୍ଷତି ହୋଇଥିବା ସରକାରୀ ସମ୍ପତ୍ତିର ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘୋଷଣା କରିଛନ୍ତି। ହିଂସାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୧୩ଟି ମାମଲା ରୁଜୁ ହୋଇଥିବାବେଳେ ୯୨୫ ଜଣ ଗିରଫ ହୋଇଛନ୍ତି।
Comments are closed.