‘ସାର ମଫଲର କାହିଁ?’ର ଉତ୍ତର ରଖିଲେ ଅରବିନ୍ଦ, କହିଲେ…
ନୂଆଦିଲ୍ଲୀ: କିଛିଦିନ ହେବ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଟୁଇଟ କରି ମଫଲର କାହିଁ ବୋଲି ଜବାବ ମାଗିଛନ୍ତି। ଅନ୍ୟପଟେ ମଫଲର ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଟ୍ରେଡମାର୍କ। ଅରୁଣ ଅରୋରା ନାମକ ଟୁଇଟର ଆକାଉଣ୍ଟଧାରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଫଲର କାହିଁ ବୋଲି ଜବାବ ମାଗିଥିଲେ। ଯାହାର ଜବାବ ସଙ୍ଗେସଙ୍ଗେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।
କେଜ୍ରିଓ୍ୱାଲ ମଧ୍ୟ ଜବାବ ଦେବାକୁ ଯାଇ ଟୁଇଟ୍ କରି କହିଛନ୍ତି, ‘ମଫଲର ବହୁତ ଆଗରୁ ବାହାରି ସାରିଛି। ଆପଣମାନେ ଧ୍ୟାନ ଦେଇ ନାହାନ୍ତି। ଥଣ୍ଡା ବହୁତ ରହିଛି। ଆପଣମାନେ ସମସ୍ତେ ନିଜ ନିଜର ଧ୍ୟାନ ରଖନ୍ତୁ’।
मफ़्लर बहुत पहले निकल चुका है। आप लोगों ने ध्यान नहीं दिया। ठंड बहुत ज़्यादा है। सब लोग अपना ख्याल रखें। 😊 https://t.co/XUEeZe7wt0
— Arvind Kejriwal (@ArvindKejriwal) December 25, 2019
ସୂଚନାଯୋଗ୍ୟ, କେଜ୍ରିଓ୍ୱାଲ ମଫଲର ପିନ୍ଧିବାକୁ ନେଇ ଅନେକ ନେତା ମାନେ କାର୍ଟୁନିଷ୍ଟ ମଧ୍ୟ ତାଙ୍କର ବ୍ୟଙ୍ଗ କରିବାର ଦେଖିବାକୁ ମିଳେ। ଦିଲ୍ଲୀରେ ଏବେ ତାପମାତ୍ରା ୨୨ ବର୍ଷର ରେକର୍ଡ ଭାଙ୍ଗିଛି। ସକାଳେ ଦିଲ୍ଲୀର ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ୧୯୯୭ ପରେ ଦିଲ୍ଲୀରେ ଚଳିତ ମାସ ସର୍ବାଧିକ ଶୀତ ରହିଛି।
Comments are closed.