Odisha Link
Bridging the Missing Links in Odisha

ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ ମିଛ କହୁଛନ୍ତି: ରାହୁଲ

ନୂଆଦିଲ୍ଲୀ: ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଟୁଇଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ ଟୁଇଟରେ କହିଛନ୍ତି ଯେ, ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ ମିଛ କହୁଛନ୍ତି।

ସୂଚନାଥାଉକି, ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦେଶର କୌଣସି ସ୍ଥାନରେ ଡିଟେନସନ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ ଗୁଜବ ଖବର ପ୍ରଚାର କରୁଛନ୍ତି। ଏଥିସହ ମୁସଲିମଙ୍କୁ ଡିଟେନସେନ ସେଣ୍ଟରକୁ ପଠାଯିବ ବୋଲି କହୁଛନ୍ତି। ମୋଦିଙ୍କର ଏହି ମନ୍ତବ୍ୟର ଭିଡିଓ କ୍ଲିପକୁ ପୋଷ୍ଟ କରି ରାହୁଲ ଗାନ୍ଧି କହିଛନ୍ତି ଆରଏସଏସର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହୁଛନ୍ତି।

Comments are closed.