ବିର୍ଶା ମୁଣ୍ଡା ମେମୋରିଆଲ ଫାଉଣ୍ଡେସନ୍ ର ଷଷ୍ଠତମ ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର : ବିର୍ଶା ମୁଣ୍ଡା ମେମୋରିଆଲ ଫାଉଣ୍ଡେସନ୍ର ତରଫରୁ ଷଷ୍ଠତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ମଦନ ସିଂହଙ୍କ ସଭାପତିତ୍ୱରେଭାରତୀୟ ମୁଣ୍ଡା ସମାଜରୁ ରବିନ୍ଦ୍ରନାଥ ସିଂହ ,ଶିବ ପ୍ରସାଦ ସିଂହ କାଳିଆପଦାର ମୁଣ୍ଡାରି ଭାଷା ବିକାଶ ପରିଷଦରୁ ବଂଶୀଧର ସିଂହ ଓ ବି. ଏସ୍ ପ୍ରଭୁଦୟାଲ ନାଗଙ୍କ ସମେତ ଓଡିଶା ତଥା ପଶ୍ଚିମବଙ୍ଗର ଅନେକ ମୁଣ୍ଡାରୀ ଭାଷାବିତ୍ ଯୋଗ ଦେଇଥିଲେ ।
ପ୍ରଥମ ଥର ପାଇଁ “ମୁଣ୍ଡାଜାତି ପାଇଁ ମୁଣ୍ଡାରି ଭାଷାର ଆବଶ୍ୟକତା” ଉପରେ ଇଟ୍ ଫଙ୍କସନ ଓଡିଶା ତଥା ପଶ୍ଚିମବଙ୍ଗର ମୁଣ୍ଡାରୀ ଭାଷା ବିତର୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାଟି ୨୧ ଓ୨୨ ତାରିଖ ଦିନ ବିର୍ଶାଭବନ, ନୀଳଚକ୍ର ଭବନ, ଭୁବନେଶ୍ୱରରେ ପ୍ରତିସ୍ଥାପନ ହୋଇଥିଲା ।
ଦୀର୍ଘ ୨ ଦିନ ଧରି ହୋଇଥିବା ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ବେଳେ ଏକ ବାର୍ଷିକ ପୁସ୍ତକ “ଜାରଗା-୨୦୧୯” ବିର୍ଶା ମୁଣ୍ଡା ମେମୋରିଆଲ୍ କଲ୍ଚରାଲ୍ ଫାଉଣ୍ଡେସନ୍ ର ତରଫରୁ ଉନ୍ମୋଚିତ ହୋଇଥିଲା ।
ପୁସ୍ତକର ପାଠକମାନଙ୍କ ରୁଚିକୁ ଆଖି ଆଗରେ ରଖି ଅତି ଚମତ୍କାର ଗଳ୍ପ ଓ କବିତାରେ ପରିପୂର୍ଣ୍ଣ କରାଯାଇଛି । ସଭାର ଦ୍ୱିତୀୟ ଦିନରେ ପୁସ୍ତକ ଉନ୍ମୋଚନ ସହିତ ଅନେକ ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା ଚକ୍ରମାନ ଅନୁଷ୍ଠିତ ହୋଇଥିଲା ।
ସଭା ଶେଷରେ ମୁଖ୍ୟବକ୍ତା ଶିବପ୍ରସାଦ ସିଂହ ମୁଣ୍ଡା ଭାଷାର ପ୍ରାଧାନ୍ୟ ଓ ଏହାର ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ ଓ ଏହାର ବିଶେଷତ୍ୱ ଓଡିଶା ସମାଜକୁ କିପରି ଅନୁପ୍ରାଣିତ କରିପାରିବ ଏହା ବିଷୟରେ ଟିପ୍ପଣୀ ଦେଇଥିଲେ । ସଭାର ଶେଷରେ ମଧ୍ୟାହ୍ନ ଭୋଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।
Comments are closed.