ଆହାତ କାରଣରୁ ଶିଖର ବିଶ୍ବକପ୍ ଟିମ୍ରୁ ଆଉଟ୍, ଋଷଭ ଇନ
![](https://www.odishalink.com/wp-content/uploads/2019/06/Shikkhar-Dhawan-.jpg)
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଏକ ଝଟକା। କାହିଁକିନା ଭାରତୀୟ କ୍ରିକେଟ ବିଶ୍ବକପ୍ ଟିମ୍ରୁ ବାଦ ପଡ଼ିଲେ ଅପନର ଶିଖର ଧଓ୍ବନ। ଗତ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଗବର ସିଂ ଆହାତ ହୋଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆନ ବୋଲର କୁଲଟର ନାଇଲଙ୍କ ବଲ ତାଙ୍କ ହାତରେ ବାଜିବାରୁ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଫଳରେ ଶିଖରଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ଦିଆଯାଇଥିଲା। ମାତ୍ର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ନ ହେବାରୁ ତାଙ୍କୁ ଦଳରୁ ବାହାର କରାଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଯାହଫଳରେ ବିଶ୍ୱକପ କ୍ରିକେଟ ଟିମରୁ ଶେଷରେ ଆଉଟ ହୋଇଛନ୍ତି ବ୍ୟାଟ୍ସମ୍ୟାନ ଶିଖର ଧାୱନ। ତେବେ ଇଂଲଣ୍ଡରେ ଥିବା ଭାରତର ବ୍ୟାକଅପ୍ ଖେଳାଳୀ ଋଷଭ ପନ୍ଥଙ୍କୁ ସ୍ଥାନ ମିଳିଛି। ଶିଖରଙ୍କ ଆହାତ ପରେ ବିସିସିଆଇ ବ୍ୟାକଅପ୍ ଖେଳାଳୀ ଭାବେ ଯୁବ କ୍ରିକେଟର ଋଷଭ ପନ୍ଥଙ୍କୁ ଇଂଲଣ୍ଡ ଯିବା ପାଇଁ କହିଥିଲେ।
Following several specialist opinions, he will remain in a cast until the middle of July and therefore will not be available for the remainder of #CWC19
— BCCI (@BCCI) June 19, 2019
Comments are closed.