ନାଗରିକତା ଆଇନ୍: ପ୍ରତିକ୍ରିୟା ଦେଲେ ଶଙ୍କରାଚାର୍ଯ୍ୟ, କହିଲେ ଭାରତକୁ ହିନ୍ଦୁ ରାଷ୍ଟ୍ର…
ଭୁବନେଶ୍ବର: ବହୁ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରତିକ୍ରିୟା ଦେଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଏବେ ସୁଦ୍ଧା ଦେଶରେ କିଛି ସ୍ଥାନରେ ସିଏଏକୁ ନେଇ ବିରୋଧୀ ପ୍ରତିବାଦ ସଭା କରୁଛନ୍ତି। ଏହି ସମୟରେ ଶଙ୍କରାଚାର୍ଯ୍ୟଙ୍କ ସିଏଏକୁ ନେଇ ଦେଇଥିବା ବୟାନ ଚର୍ଚ୍ଚାରେ।
ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିଶ୍ବରେ ମୋଟ ୨୦୪ଟି ଦେଶ ରହିଛି। ସେଥିମଧ୍ୟରୁ ଅନେକ ଖ୍ରୀଷ୍ଟିଆନ୍ ଓ ମୁସଲିମ୍ ରାଷ୍ଟ୍ର ରହିଛି। ଏପରିକି ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ମଧ୍ୟ ବିଶ୍ବରେ ହିନ୍ଦୁ ରାଷ୍ଟ୍ର ନାହିଁ। ଅନ୍ୟପଟେ ଜାତିସଂଘ ପକ୍ଷରୁ ଭାରତ,ନେପାଳ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।
ଆହୁରି କହିଛନ୍ତି ଯେ, ଅନ୍ୟ ଦେଶରେ ଉତ୍ପିଡନର ଶିକାର ହେଉଥିବା ହିନ୍ଦୁଙ୍କୁ ଏହି ଭାରତ, ନେପାଳ ଓ ଭୁଟାନ ରାଷ୍ଟ୍ରରେ ଥଇଥାନ କରାଯାଉ। ଜାତିସଂଘରେ ଏନେଇ ଏକ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯାଉ। ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ନ୍ୟାୟାଳୟ କାମ କରୁ। ଦେଶର ହିତ ପାଇଁ କିଛି ପଦକ୍ଷେପ ନେବା ପୁର୍ବରୁ ବିଚାର ବିମର୍ଶ ହେବା ଉଚିତ୍। ସିଏଏ ନେଇ ପୂର୍ବରୁ ସମୀକ୍ଷା କରିଥିଲେ ଯାହା ଅଶାନ୍ତି ହେଲା ତାହା ହୋଇନଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।
Comments are closed.