Odisha Link
Bridging the Missing Links in Odisha

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ବର୍ଷା ସାଙ୍ଗକୁ କୋହଲା ପାଗ କାରଣରୁ ଲୋକେ ଥରୁଛନ୍ତି । ସ୍ଥିତି ଏମିତି ଯେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ୁଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି ଲୋକେ । ବାରିପଦା, ସୋନପୁର, ଭୁବନେଶ୍ବରରୁ ବଲାଙ୍ଗୀର, ସବୁଠି ଏଭଳି ସ୍ଥିତି । ଦିନର ତାପମାତ୍ରା ହଠାତ୍ ହ୍ରାସ ପାଇଛି । ଏକାଥରକେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଥିବାରୁ ସାରା ରାଜ୍ୟରେ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତି ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ।

ଆଜି ମଧ୍ୟାହ୍ନଠାରୁ କିଛି ସ୍ଥାନରେ ବର୍ଷା କମିପାରେ । ତେବେ ୫ ତାରିଖ ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ଜାରି ରହିବ । ଏହାପରେ ପାରଦ ଖସିବା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଖସିବ। ତେଣୁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଜି ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ହାଲକା ବର୍ଷା ହୋଇପାରେ । ୫ ତାରିଖ ସକାଳ ପର୍ଯ୍ୟନ୍ତ ବି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। କାଲିଠାରୁ ଉତ୍ତରା ପବନ ରାଜ୍ୟକୁ ସିଧା ବହିବାକୁ ଥିବାରୁ ରାଜ୍ୟରେ ରାତିର ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ।

Comments are closed.