ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀଙ୍କୁ କରାଯିବ ଜେରା
ଭୁବନେଶ୍ବର: ଏଣିକି ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେରା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ଜେରା କରାଯିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାୟକ୍ରମେ ଭିଡିଓ କନଫେରନ୍ସିଂ ଜେରା ବ୍ୟବସ୍ଥାକୁ ଲାଗୁ କରାଯିବ। ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଏନେଇ ଗୃହ ବିଭାଗ ପକ୍ଷରୁ ଜମି ଚିହ୍ନଟ ପ୍ରକିୟା ସରିଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ଫଳରେ ଅଭିଯୁକ୍ତଙ୍କୁ ଜେଲରୁ କୋର୍ଟକୁ ନେବା ଆଣିବା ଖର୍ଚ୍ଚ କମିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ରହିବ।
Comments are closed.