ଆତ୍ମହତ୍ୟାର ପୂର୍ବ ରାତିରେ କାହା ସହ କଥା ହୋଇଥିଲେ କୁଶଲ

ମୁମ୍ବାଇ:ସିନେଜଗତରେ ଏକ ଚାଞ୍ଚଲ୍ୟ ଓ ଶୋକର ଛାୟା ସୃଷ୍ଟି କରିଦେଇଛି । ଟେଲି କଳାକାର କୁଶଲ ପଞ୍ଜାବୀ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ସେ ତାଙ୍କ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗତ ଡିସେମ୍ବର ୨୭ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ । କୁଶଲ ଏପରି କଣ ପାଇଁ କରିଥିଲେ ତାହା ଜଣା ପରିନାହିଁ ।
ପୁଲିସ ଏହି ଆତ୍ମହତ୍ୟା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କୁଶଲଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରିଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ସାଥୀ କଳାକାରଙ୍କ ସମେତ ତାଙ୍କର ପ୍ରଶଂସକମାନେ ବି ଏଘଟଣାରେ ସ୍ତବ୍ଧ ହୋଇ ଯାଇଥିଲେ। କୁଶଲ ୨୩ ଅପ୍ରେଲ ୧୯୭୭ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜ କ୍ୟାରିୟର ଡ଼୍ୟାନସର ଓ ମଡ଼େଲ ରୁ ଆରମ୍ଭ କରିଥିଲେ ।
କୁଶଲ ନିକଟରେ ଟେଲିଭିଜନ୍ ସୋ’ ‘ଇସକ୍ ମେ ମରଜାୱା’ରେ ନଜର ଆସିଥିଲେ। ସେ ଏହି ସୋ’ରେ ଡେନି ଭୂମିକାରେ ଅଭିନୟ କରିଥିଲେ । ସେ ଅନେକ ଶୋରେ ନଜର ଆସିଥିଲେ ସେଗୁଡ଼ିକ ହେଲା ‘ଏକ ସେ ବଡ଼କର ଏକ’, ‘ଆସମାନ୍ ସେ ଆଗ’, ‘ଫିୟର ଫ୍ୟାକ୍ଟର’, ‘ଝଲକ ଦିଖଲା ଯା -୭’, ‘ଜୋରକା ଝଟକା’, ‘ସିଆଇଡି’, ‘ହମତୁମ’, ‘କ୍ୟା ହାଲ ମିଷ୍ଟର ପାଞ୍ଚାଲ’, ‘ସଜନରେ ଫିର ଝୁଠ ମତ ବୋଲୋ’ । ଦର୍ଶକ ତାଙ୍କ ଅଭିନୟକୁ ଅଲେକ ପ୍ରଶଂସା କରୁଥିଲେ ।
କୁଶଲ ଖାଲି ଟି.ଭି ଜଗତରେ ନୁହେଁ ସିନେମା ଦୁନିଆ ମଧ୍ୟ ନିଜର ଛାପ ଛାଡି ଯାଇଛନ୍ତି । ଶେଷ ଥର ପାଇଁ କୁଶଲ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ସିନେମା ‘ଏ ଜେଣ୍ଟଲମ୍ୟାନ୍’ରେ ନଜର ଆସିଥିଲେ। ଏଥିସହିତ ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ତଥା ରିତିକ୍ ରୋଶନଙ୍କ ଅଭିନୀତ ‘ଲକ୍ଷ୍ୟ’, କରଣ ଜୋହରଙ୍କ ‘କାଲ’ ଓ ‘ଧନ୍ ଧନାଧନ୍ ଗୋଲ୍’ ଭଳି ସିନେମାରେ ସେ ଅଭିନୟ କରିଥିଲେ।
କୁଶଲ ତାଙ୍କ ପତ୍ନୀ ଓ ପୁଅ ସହିତ ମୁମ୍ବାଇରେ ବାସବାସ କରୁଥିଲେ। କୁଶଲଙ୍କ ଆତ୍ମହତ୍ୟା ଖବର ତାଙ୍କ ସାଙ୍ଗ କରଣବୀର ବୋରହା ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଜଣାଇବା ସହିତ ଲେଖିଥିଲେ, ‘ତୁମର ଏଭଳି ହଠାତ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବା ମୋତେ ଶକ୍ତ ଧକ୍କା ଦେଇଛି। ମୁଁ ବିଶ୍ୱାସ କରି ପାରୁ ନାହିଁ କି ତୁମେ ଆଉ ଏ ଦୁନିଆରେ ନାହଁ। ତୁମ କଥା ବହୁତ ମନେ ପଡ଼ୁଛି। ତୁମେ ଅନେକ ଲୋକଙ୍କୁ ପ୍ରେରଣା ଦେଇ ଆସିଛ। ମୋତେ ବି ଦେଇଛ। ମୁଁ ଜାଣିଛି ତୁମେ ଏବେ ଖୁବ୍ ସୁନ୍ଦର ଦୁନିଆରେ ଅଛ।’
I'm so so disturbed by #KushalPunjabiDeath it makes me wonder the lives we lead as actors/celebrities/role models (for some).I feel there is no compassion or kindness left in the world & those who r, ppl consider them weak & feeble,wish I could do something 😢
— Karenvir Bohra (@KVBohra) December 28, 2019
କୁଶଲଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତା ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ କହିଛନ୍ତି, ‘ସେ ଯେ କେବେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବ ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଆତ୍ମହତ୍ୟାର ଗୋଟିଏ ରାତି ପୂର୍ବରୁ ମୁଁ ପୁଅକୁ ଭେଟିଥିଲି। ସେ ପୂରାପୂରି ଠିକ୍ ଥିଲା। ତାର ସ୍ୱଭାବରେ କିଛି ବି ପରିବର୍ତ୍ତନ ଦେଖିବାକୁ ପାଇ ନଥିଲି। ଅନେକ ସମୟ ପର୍ଯ୍ୟନ୍ତ ଆମେ ଦୁହେଁ ଏକାଠି ବସି କଥା ହୋଇଥିଲୁ। ଏଥିସହିତ ରାତି ଭୋଜନ କରିବା ସହିତ ମଦ୍ୟପାନ ବି କରିଥିଲୁ। ପୁଅର ସ୍ୱାସ୍ଥ୍ୟ କଥା ବି ପଚାରି ବୁଝିଥିଲି। ସେ ସବୁକିଛି ଠିକ୍ ଅଛି ବୋଲି କହିଥିଲା। ’
Comments are closed.