Odisha Link
Bridging the Missing Links in Odisha

ସପ୍ନାଙ୍କ ନାଁରେ ମାମଲା ରୁଜୁ ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ : ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗୁରୁଗ୍ରାମରେ ହୋଇଥିବା କାର୍‌ ଦୁର୍ଘଟଣାରେ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ସପ୍ନା ‘ବିଗ୍‌ ବସ୍‌ ୧୧’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ଏହି ଶୋ’ରେ ଦର୍ଶକ ତାଙ୍କଅନେକ ପସଂନ୍ଧ କରିଥିଲେ ।

ସେ ଏବେ କେବଳ ବିବାହ ଓ ଜନ୍ମଦିନ କାର୍ଯ୍ୟକ୍ରମଗୁଡ଼ିକରେ ପରଫର୍ମ କରୁଥିବା ଦେଖିବାକୁ ମିଳୁଛି । କିଛିଦିନ ତଳେ ୟୁପିର ମୁରାଦାବାଦରେ ବିଜେପି ବିଧାୟକଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସପ୍ନା ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ସପ୍ନାଙ୍କ କାର୍‌ ଥିବାରୁ ପୁଲିସ୍‌ ତାଙ୍କୁ ନୋଟିସ୍‌ ପଠାଇଥିଲା। ହେଲେ ସେ ନୋଟିସ୍‌ର ଜବାବ ଦେଇ ନଥିଲେ। ସେହିପରି ଯେଉଁ ମିନି ଟ୍ରକ୍‌କୁ ତାଙ୍କ କାର୍‌ ଓଭର ଟେକ୍ କଲା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ତା’ର ଡ୍ରାଇଭର ମଧ୍ୟ ଥାନାରେ ଏତଲା ଦେଇଥିଲେ। ତେଣୁ ଏସବୁ ଆଧାରରେ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ପୂର୍ବରୁ ସପ୍ନା ଏକ ବୟାନ ଦେଇଥିଲେ ଯେ ଦୁର୍ଘଟଣା ସମୟରେ ସେ କାର୍‌ରେ ନଥିଲେ।

Comments are closed.