ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍ ଟାଓ୍ବାର, ଦେବ ଶୁଦ୍ଧ ବାୟୁ

ନୂଆଦିଲ୍ଲୀ: ପ୍ରଦୂଷଣର ମାତ୍ରା ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସ୍ମଗ୍ ଟାଓ୍ବାର ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ଦିଲ୍ଲୀ ସହରରେ। ଦିଲ୍ଲୀରେ ପ୍ରଥମ ସ୍ମଗ୍ ଟାୱର ଲାଜପତ ନଗର ସେଣ୍ଟ୍ରାଲ୍ ମାର୍କେଟରେ ଲଗାଯାଇଛି।
ସ୍ମଗ୍ ଟାଓ୍ବାରର କାମ କଣ:
‘ଫ୍ରେଞ୍ଚ ମେଡ୍ ଶୁଦ୍ଧ’ ନାମକ ଏହି ଏୟାର ପ୍ୟୁରିଫାୟର ୭୫୦ ମିଟର ଦୂରରେ ପବନକୁ ଶୁଦ୍ଧ କରିପାରିବ। ସ୍ମଗ୍ ଫ୍ରି ଟାୱର ଲାଗିବା ଫଳରେ ଅଢେଇ ଲକ୍ଷରୁ ୬ ଲକ୍ଷ କ୍ୟୁବିକ୍ ମିଟର ବାୟୁ ପ୍ରତିଦିନ ଶୁଦ୍ଧ କରାଯାଇପାରିବ। ସ୍ମଗ୍ ଟାୱରର ଉଚ୍ଚତା ୨୦ ଫୁଟ୍ । ଏହି ଟାୱର ୫୦୦-୭୫୦ ମିଟର ଏରିଆରେ ପ୍ରତିଦିନ ୨୫୦୦୦୦ ରୁ ୬୦୦୦୦୦ କ୍ୟୁବିକ୍ ମିଟର ବାୟୁକୁ ସଫା କରିବ। ଟାୱର ୨ ଘଣ୍ଟା ଭିତରେ ବାୟୁକୁ ସଫା କରି ଏଫଆଇ ୫୦ ରୁ ଉପରକୁ ଯିବାକୁ ଦେବନିସ୍ମଗ୍ ଟାୱରରେ ପ୍ରତି ମାସରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ, ଯାହାକୁ ମାର୍କେଟ୍ ଆସୋସିଏସନ୍ ବହନ କରିବ।
ସୂଚନାଥାଉକି, ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ସ୍ମଗ୍ ଟାୱର ଭଳି ବିକଳ୍ପ ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦିପାବଳୀ ପରଠୁ ଦିଲ୍ଲୀରେ ବାୟୁ ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ରାଜଧାନୀର ପବନ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଅନୁସାରେ, ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ୬ସହର ଭାରତର। ଯେଉଁଥିରେ ଦିଲ୍ଲୀ ଏହି ତାଲିକାରେ ସବୁଠାରୁ ଆଗରେ ରହିଛି।
Comments are closed.