ପୁଲୱାମା ଏନକାଉଣ୍ଟରେ ଆତଙ୍କବାଦୀ ନିହତ
ଜାମ୍ମୁ: ଆଜି ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଭାରତୀୟ ସୀମାର ନିୟନ୍ତ୍ରଣ ରେଖା ଦେଇ ୩ ଆତଙ୍କୀ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ଧରିବା ଲାଗି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ସୋମବାର ନୌସେରାର ଦବ୍ବଡ, ପୋଠା, ଖେଡି, ଦରାଟ, ମଙ୍ଗଲାଦେଈ ଆଦି ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ମଙ୍ଗଳବାର ସକାଳେ ନୌସେରାର ଦବ୍ବଡ଼ ଏବଂ ଏହାର ଆଖପାଖରେ ୩ ଜଣ ଆତଙ୍କୀଙ୍କ ସନ୍ଧାନ ମିଳିଥିଲା। ଏହା ପରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯିବା ସହିତ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା
ଆତଙ୍କବାଦୀମାନେ ପାଣି ପିଇବା ବାହାନାରେ ବକ୍କରବାଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ସେନାର ଶିବିର ଏବଂ ସେଠାକୁ ଯିବା ଲାଗି ରାସ୍ତା ବିଷୟରେ ପଚାରିଥିଲେ। ଏ ନେଇ ସନ୍ଦେହ ହେବାରୁ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯିବା ବେଳେ ଆତଙ୍କୀଙ୍କ ସହିତ ଗୁଳିବିନିମୟ ଘଟିଥିଲା
Comments are closed.