ଆମେରିକା ବାୟୁସେନା ଘାଟିରେ ଇରାନର ଆକ୍ରମଣ
ବାଗଦାଦ: ଆମେରିକାର ଅକ୍ରମଣରେ ଇରାନ ସେନା କୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଇରାନ। ଆମେରିକା ଇରାନ ଉପରେ କରିଥିବା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇନରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇରାକରେ ଥିବା ଅଲ-ଅସଦ ଏୟାରବେସରେ ଏହି ଆକ୍ରମଣ ହୋଇଛି। ସେନା ଆଡ୍ଡା ଉପରେ ଆକ୍ରମଣ ପରେ ଆମେରିକାକୁ ଚେତବାନୀ ଦେଇ ଇରାନୀ ରିଭଲ୍ୟୁସନାରୀ ଗାର୍ଡ ଅଫ କମାଣ୍ଡର କହିଛନ୍ତି ଇରାକ୍ରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଏହା ପ୍ରଥମ ପଦକ୍ଷେପ। ଟ୍ରମ୍ପକୁ ଏଠାରୁ ତାଙ୍କ ସେନାଙ୍କୁ ହଟାଇବାକୁ ପଡ଼ିବ କିମ୍ବା ଆମଠାରୁ ଦୂରେଇ ରଖିବାକୁ ପଡ଼ିବ।
ଏହି ଆକ୍ରମଣରେ ଆମେରିକା ସେନାର କୌଣସି କ୍ଷତି ହୋଇ ନାହିଁ କିନ୍ତୁ ସେନା ଆଡ୍ଡା ଉପରେ ଏକ ଡର୍ଜନରୁ ଅଧିକ ମିସାଇଲ ମାଡ଼ ହୋଇଛିପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଆମେରିକା ମଧ୍ୟ ଏହା ସ୍ବୀକାର କରିଛି। ଉକ୍ତ ଏୟାରବେସ୍ରେ ଆମେରିକା ସେନା ସହିତ ଅନ୍ୟ ସମର୍ଥକ ସେନା ମୁତୟନ ଅଛନ୍ତି। ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରିଛନ୍ତି। ପରିସ୍ଥିତିକୁ ଦେଖି ନାଟୋ ତାର କର୍ମଚାରୀମାନଙ୍କୁ ଇରାକରୁ ଫେରାଇ ନେଇଛି। ମିଡିଆ ରିପୋର୍ଟ ଅନୁସାରେ ଇରାକ୍ରେ ଆମେରିକାର ନାଗରିକ ବିମାନ ଉଡାଣ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ୱାଶିଂଟନ ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି।
Comments are closed.