ଆମେ ଶକ୍ତିଶାଳୀ : ଟ୍ରମ୍ପ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଇରାନର ମିଜାଇଲ ଆକ୍ରମଣ ପରେ ନିଜକୁ ଶକ୍ତିଶାଳୀ ବୋଲି କହିଛନ୍ତି । ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍ସ୍ଥିତ ଦୁଇଟି ଆମେରିକୀୟ ଏୟାର୍ବେସ୍ରେ ବୁଧବାର ଦିନ ଇରାନ୍ ଆକ୍ରମଣକରିଛି । ‘କଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ ଆମେ ସମୀକ୍ଷା କରୁଛୁ’ ଓ ସବୁ ଠିକ ଅଛି; ଆସନ୍ତାକାଲି ସକାଳେ ଆମର ନିଷ୍ପତ୍ତି ଘୋଷଣା କରିବୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି ।
ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍ କାଶିମ୍ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ ଇରାନ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଇରାନ୍ର ରାଷ୍ଟ୍ରାୟାତ ଟେଲିଭିଜନ୍ କହିଛି।
Comments are closed.