Odisha Link
Bridging the Missing Links in Odisha

ରେଭେନ୍ସାରେ ସ୍ଥାୟୀ ଅଧ୍ୟାପକଙ୍କ ପାଇଁ ବାହାରିବ ବିଜ୍ଞପ୍ତି

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ଅଧ୍ୟାପକ ଅଭାବ ସମସ୍ୟା ଦୂର ହେବାକୁ ଯାଉଛି। ଆସନ୍ତା ସପ୍ତାହେ ମଧ୍ୟରେ ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇଁ କୁଳପତିଙ୍କ ଅଧ୍ୟକ୍ଷତ‌ାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ଏବଂ ଏହି ମାମଲା କୋର୍ଟକୁ ଯାଇଥିଲା। ଅତୀତରେ ହାଇକୋର୍ଟ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରିବା ସହ ନିୟମାବଳୀ ପାଳନ କରି ସାନି ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଭେନ୍ସାରେ ଅଧ୍ୟାପକ, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦ ପୂରଣ ପ୍ରସଙ୍ଗକୁ ନେଇ ବହୁ ଥର ବିବାଦ ଉପୁଜିଥିଲା। ଏବେ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି।

Comments are closed.