ଭାରତ ବନ୍ଦ: ବାଇକ ଠେଲିଲେ ୨୦ ଟଙ୍କା
ରାଉରକେଲା: ସାରା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରାଉରକେଲା ସହରରେ ଦେଖିବାକୁ ମିଳିଛି ଏକ ରୋଚକ ତଥ୍ୟ। ଭାରତ ବନ୍ଦର ଭରପୁର ଫାଇଦା ଉଠାଇଛନ୍ତି କିଛି ଯୁବ ଗୋଷ୍ଠୀ । ସହରର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ରହିଥିବା ବେଳେ ସାଧାରଣ ଲୋକ ଗଳି ରାସ୍ତା ଦେଇ କାର୍ଯ୍ୟକୁ ଯିବାର ମଧ୍ୟ ଦେଖାଯାଇଛି। ହେଲେ ବାଇକ ଚାଳକ ବାଇକକୁ ଠେଲି ଠେଲି ମୁଖ୍ୟ ରାସ୍ତାକୁ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏଥିରେ ସାହାଯ୍ୟ କରୁଛନ୍ତି କିଛି ଯୁବକ। ହେଲେ ବାଇକ ଠେଲିବାରେ ସାହାଯ୍ୟ କରୁଥିବା ଯୁବକ ମାନେ ନେଉଛନ୍ତି ୨୦ଟଙ୍କା। ଅନ୍ୟପଟେ ବାଇକ ଚାଳକ ମଧ୍ୟ ବିନା ସଙ୍କୋଚରେ ୨୦ଟଙ୍କା ଦେବାର ଖବର ପ୍ରକାଶ ପାଇଛି।
ସୂଚନାଥାଉକି, କିଛି ସମୟ ପୂର୍ବରୁ ରାଜଧାନୀରେ ମଧ୍ୟ ରୋଚକ ଖବର ପ୍ରକାଶ ପାଇଥିଲା। ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଫଳରେ ଟ୍ୟାକ୍ସି ଓ ଅଟୋ ନଥିବାରୁ ଯାତ୍ରୀମାନେ ବାଇକରେ ଭଡ଼ା କରି ଯାଇଥିଲେ ଯାତ୍ରୀ। ବାଇକରେ ଯାତ୍ରୀମାନେ ଭଡ଼ା ଗଣିଛନ୍ତି ୧୫୦ଟଙ୍କା। ବିମାନ ବନ୍ଦରରୁ ମାଷ୍ଟର କ୍ୟାଣ୍ଟିନ୍ ଭଡ଼ା ୧୫୦ଟଙ୍କା ରହିଛି।
Comments are closed.