Odisha Link
Bridging the Missing Links in Odisha

ହରିୟାଣା: ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବିବାଦ, ଗୃହମନ୍ତ୍ରୀ କହିଲେ ଓ୍ବେବସାଇଟ…

ହରିୟାଣା: ଦିନକୁ ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ମଧ୍ୟରେ ଚାଲୁଥିବା ବିବାଦ ବଢ଼ିବାରେ ଲାଗିଛି। ସିଆଇଡିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏହାରିମଧ୍ୟରେ ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ, ସରକାର ଓ୍ବେବସାଇଟରୁ ଚାଲେ ନାହିଁ ବରଂ ନିୟମ ଅନୁସାରେ ଚାଲେ। ସିଆଇଡି ବିଭାଗ ଏପର୍ଯ୍ୟନ୍ତ ଗୃହ ମନ୍ତ୍ରଣାଳୟ ନିକଟରେ ରହିଛି। କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ବିଧାନସଭାରେ ବିଲ୍‌ ପାସ୍‌ କରିବା ପରେ ସିଆଇଡି ମୁଖ୍ୟମନ୍ତ୍ରୀ ଅଧିନକୁ ଯାଇପାରେ ବୋଲି ସୂଚନା ରହିଛି। ଯାହାକୁ ନେଇ ବିବାଦ ଉପୁଜିଛି।

ସୂଚନାଥାଉକି, ସିଆଇଡି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି ବୋଲି ଅପଡେଟ ଆସିଛି। ଯାହାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାହିଁଲେ ଗୃହମନ୍ତ୍ରୀଙ୍କ ଅଧିନରୁ ସିଆଇଡିକୁ ନେଇ ପାରିବେ। ହେଲେ ବିନା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଧିନକୁ ସିଆଇଡି ନେଇ ପାରିବେ ନାହିଁ । ଫଳରେ ଗୃହ ବିଭାଗ ଅଧିନରେ ସିଆଇଡି ଅଛି ବୋଲି କହିଛନ୍ତି ଅନୀଲ ବିଜ।

Comments are closed.