ପାନ ଦୋକାନରେ ବିକ୍ରି ହେଉଛି କଫ୍ ସିରପ
ବଲାଙ୍ଗୀର: ବଲାଙ୍ଗୀରରେ ବେଆଇନ କଫସିରପ ବିକ୍ରି ଅଭିଯୋଗରେ ଜଣେ ଦୋକାନୀ ସହ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ବେଆଇନ୍ କଫସିରପ ବିକ୍ରି ହେଉଥିବା ଖବର ପାଇବା ପରେ ତତ୍ପର ହୋଇଛି ପୋଲିସ ପ୍ରଶାସନ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସ୍ପେସାଲ ସ୍କ୍ବାର୍ଡର ଛାନଭିନ୍।
ସୂଚନାଯୋଗ୍ୟ ବଲାଙ୍ଗୀର ସହରର ନୃସିଂହ ମନ୍ଦିର ନିକଟରେ ଥିବା ପାନ ଦୋକାନରୁ କଫ୍ସିରପ ଜବତ ହୋଇଛି। ବୁଧବାର ଭାରତ ବନ୍ଦରେ ବଲାଙ୍ଗୀର ମଧ୍ୟ ବନ୍ଦ ପାଳନ ହୋଇଥିବା ବେଳେ ଏହାକୁ ନେଇ ପୋଲିସ ଖବର ପହଞ୍ଚିଥିଲା। ଏ ନେଇ ପୋଲିସ ନୃସିଂହ ମନ୍ଦିର ପାନ ଦୋକାନକୁ ଯାଇ ସେଠାରେ ବିକ୍ରି ବେଆଇନ ଭାବରେ କଫ୍ସିରପ ବିକ୍ରି କରୁଥିବା ଦୋକାନୀ ସହ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ପୋଲିସ।
ତେବେ ଦୋକାନୀ ଠାରୁ ୨୫ଟି କଫ୍ସିରପ ଜବତ କରିଛି ପୋଲିସ। ଗିରଫ ହୋଇଥିବା ଦୋକାନୀର ନାଁ ସମୀର ନାରାୟଣ ନାଏକ । ସେ ଦିର୍ଘ ଦିନ ଧରି କଫସିରପ ବିକ୍ରି କରୁଥିବା ବେଳେ ତାଙ୍କ ଭାଇ ପୂର୍ବରୁ କଫସିରପ ବିକ୍ରି ଅଭିଯୋଗରେ ଦୁଇ ଦୁଇ ଥର ଜେଲ ଯାଇଥିବା ଜଣାପଡିଛି। ଏନେଇ ଆଜି ପୋଲିସ ତାକୁ ଗିରଫ କରିବା ସହ ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି।
Comments are closed.