ବିହାରରେ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ଦରକାର: ସଞ୍ଜୟ ପାଶଓ୍ବାନ
ପାଟନା: ବିହାର ବିଧାନ ପରିଷଦର ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କୌଣସି ବିଜେପି ନେତା ମୁଖ୍ୟମନ୍ତ୍ରୀ ହେବା ଦରକାର। ଏବଂ ବିଜେପି ନିର୍ବାଚନ ଏକୁଟିଆ ଲଢ଼ିବା ପାଇଁ ସକ୍ଷମ ରହିଛି ବୋଲି ଶ୍ରୀ ପାଶଓ୍ବାନ କହିଛନ୍ତି।
ସଞ୍ଜୟ ପାଶଓ୍ବାନ କହିଛନ୍ତି ଯେ, ବିହାରବାସୀ ବିଜେପିର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ବିଜେପି ରାଜ୍ୟରେ ସବୁଠାରୁ ମଜଭୁତ ଏବଂ ସକ୍ରିୟ ଦଳ। ହେଲେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁଶୀଲ ମୋଦିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବୁ ହେଲେ ଆମେ ନିଜ ଦମରେ ନିର୍ବାଚନରେ ବିଜୟୀ କରିବାର କ୍ଷମତା ରହିଛି ବୋଲି ସଞ୍ଜୟ ପାଶଓ୍ବାନ।
Sanjay Paswan, BJP MLC and former Union Minister: People of Bihar want to see a BJP leader as Bihar CM, BJP is the strongest and most active party in the state. Ultimately we will abide by what PM Modi and Sushil Modi ji decide,but we are capable of winning elections alone pic.twitter.com/VEKSTuOrN3
— ANI (@ANI) January 8, 2020
ସୂଚନାଥାଉକି, କିଛିଦିନ ତଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜାତୀୟ ଗଣମାଧ୍ୟମରେ କହିଥିଲେ ଯେ, ନିତିଶ କୁମାରଙ୍କ ନେତୃତ୍ବରେ ହିଁ ନିର୍ବାଚନ ଲଢ଼ାଯିବ ଏବଂ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଏହା କହିଥିଲେ ଅମିତ ଶାହା
Comments are closed.