Odisha Link
Bridging the Missing Links in Odisha

କୃଷିମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

ଭୁବନେଶ୍ୱର: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା। ପରେ ସେଠାରୁ ସେମାନଙ୍କୁ ପୁଲିସ୍‌ ଉଠାଇ ନେଇ ଯାଇଛି।

ସୂଚନା ଅନୁସାରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ। ଅନେକ ମହିଳା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ବୁଝାସୁଝା କରିବା ସହ ପରେ ସେମାନଙ୍କୁ ଉଠାଇ ନେଇଥିଲା।

ଗଣମାଧ୍ୟମକୁ ସୂଚନା ଦେଇ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା କହିଛନ୍ତି,“ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାରେ ସବୁ ଚାଷୀ ଭାଇଙ୍କୁ ଟଙ୍କା ଦିଆଯିବ। ହେଲେ ୨୫ ପ୍ରତିଶତ ଲୋକଙ୍କୁ ଟଙ୍କା ଦିଆଗଲା। ଆଉ ୭୫ ପ୍ରତିଶତ ଲୋକ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆମେ ଏହି ଦାବି ନିମନ୍ତେ ଆସିଛୁ। ହେଲେ ପୁଲିସ୍ କର୍ମଚାରୀ ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉନାହାନ୍ତି।”

Comments are closed.