Odisha Link
Bridging the Missing Links in Odisha

କ୍ୟୁରେଟିଭ ପିଟିସନ କ’ଣ?, ଆଉ କେବେ ଦାୟର ହୋଇଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଫାଶି ଦଣ୍ଡ ପାଇବାକୁ ଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ  ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ଭୟା ମାମଲାରେ ଡେଥ ଓ୍ବାରେଣ୍ଟ ପାଇଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ ଶର୍ମା ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି। ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀଙ୍କ ଏହା ହେଉଛି ଶେଷ ପ୍ରୟାସ। କେବଳ ଏତିକି ନୁହେଁ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ଅଭିଯୁକ୍ତ।

କ୍ୟୁରେଟିଭ ପିଟିସନ କ’ଣ?
କ୍ୟୁରେଟିଭ ପିଟିସନ ହେଉଛି ଏକ ଆଇନ ଶବ୍ଦ। ଯେତେବେଳେ ଅପରାଧୀଙ୍କ ପୁନର୍ବିଚାର ନିବେଦନକୁ ସର୍ବୋଚ୍ଚନ୍ୟାୟାଳୟ ଅଗ୍ରାହ୍ୟ କରିଦିଅନ୍ତି ଓ ରାଷ୍ଟ୍ରପତି ରାଜକ୍ଷମାକୁ ନା କରନ୍ତି ସେତେବେଳେ କ୍ୟୁରେଟିଭ ପିଟିସନ ହିଁ ସେମାନଙ୍କ ଲାଗି ଶେଷ ରାସ୍ତା ହୋଇ ରହିଯାଏ। ଏହି ନିବେଦନ ଦ୍ୱାରା ଅପରାଧୀ ତାଙ୍କ ପ୍ରତି ନିର୍ଦ୍ଧାରିତ ଦଣ୍ଡକୁ କୋହଳ କରିବା ଲାଗି ନିବେଦନ କରିପାରନ୍ତି। କୌଣସି ମାମଲାରେ ଦୋଷୀଙ୍କ ଲାଗି କୋର୍ଟରେ କ୍ୟୁରେଟିଭ ପିଟିସନ ଶେଷ ଶୁଣାଣି। ଏହି ନିବେଦନର ନିଷ୍ପତ୍ତି ପରେ ଦୋଷୀଙ୍କୁ ଅନ୍ୟ କୌଣସି ଆଇନଗତ ସହାୟତା ମିଳିପାରନଥାଏ।

ତେବେ କୋର୍ଟରେ ନିର୍ଭୟା ଅପରାଧୀଙ୍କ କ୍ୟୁରେଟିଭ ପିଟିସନ ପ୍ରଥମ ନୁହେଁ। ମୁମ୍ବାଇ ସିରିଏଲ ବ୍ଲାଷ୍ଟ ଅପରାଧୀ ଲାଗି କ୍ୟୁରେଟିଭ ପିଟିସନ ଶୁଣାଣି କରିଥିଲେ କୋର୍ଟ। ଅତୀତରେ ରାଷ୍ଟ୍ରପତି ୟାକୁବ ମେମନର ରାଜକ୍ଷମା ନିବେଦନ ଅଗ୍ରାହ୍ୟ କରିବା ପରେ ଓକିଲଙ୍କ ଦ୍ୱାରା କ୍ୟୁରେଟିଭ ପିଟିସନ ଦାୟର ହୋଇଥିଲା। ଏଥି ଲାଗି କୋର୍ଟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୃତ୍ୟୁଦଣ୍ଡର ଶେଷ ନିବେଦନ ଉପରେ ଶୁଣାଣି କରିଥିଲେ। ହେଲେ ଶେଷରେ ଦଣ୍ଡ କାୟମ ରହିଥିଲା।

Comments are closed.