Odisha Link
Bridging the Missing Links in Odisha

ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ଭୁବନେଶ୍ୱରରେ ପଲସ୍‌ ପୋଲିଓ ଟୀକାକରଣ କରାଯିବ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ ।

ରେଲୱେଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନ ମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି । ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ ।

ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃ ପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସି ପାଲ କର୍ପୋରେସନର୍‌ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ ।

ଏଥିନିମନ୍ତେ ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ । ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇ ପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଚୌଧୁରୀ ପରାମର୍ଶ ଦେଇଥିଲେ ।

କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ ଭୁବନେଶ୍ୱର ମ୍ୟୁନିସି ପାଲ କର୍ପୋରେସନ ଓ୍ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଦିଆଯିବ । ଭୁବନେଶ୍ୱର.ମି ରେ ମଧ୍ୟ ଏ ସଞ୍ଚନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟ ରହିବ । ନିକୋପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡ଼େଲ ଟୀକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଯଦିଓ ୨୦୦୯ ମସିହାରେ ଆମ ଦେଶରେ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ପୋଲିଓ ରୋଗୀ ଥିଲେ, ୨୦୧୪ ମାର୍ଚ୍ଚ ମାସରେ ଭାରତକୁ ପୋଲିଓମୁକ୍ତ ଦେଶଭାବେ ଘୋଷଣା କରାଯାଇ ପାରିଛି । ବ୍ୟା ପକ ଟୀକାକରଣ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ୨୦୨୩ ମସିହା ସୁଦ୍ଧା ସାରା
ବିଶ୍ୱର ଶିଶୁମାନଙ୍କୁ ପାଟିରେ ପୋଲିଓ ଟୀକାର ବୁନ୍ଦା ଦେବା ବନ୍ଦ କରାଯିବ ।

Comments are closed.