Odisha Link
Bridging the Missing Links in Odisha

ବିବାଦ ଘେରରେ ଛପାକ

ମୁମ୍ବାଇ : ବଲିଉଡ଼ ନିର୍ଦ୍ଦେଶିକା ମେଘନା ଗୁଲଜରଙ୍କ ସିନେମା ‘ଛପାକ୍‌’ ଆସନ୍ତା କାଲି ସିନେପରଦାରେ ନଜର ଆସିବ । ସିନେମାଟି ରିଲିଜ ହେବା ପୂର୍ବରୁ ବିବାଦ ଘେରରେ ପଡ଼ି ଯାଇଛି । ପ୍ରଥମେ ସ୍କ୍ରିପ୍‌ ଚୋରିର ଅଭିଯୋଗ ହୋଇଥିଲା । ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରବାଲ୍‌ଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ସିନେମା ରିଲିଜ୍‌ ରୋକିବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ସେ ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ କେସ୍‌ ବହୁ ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ । ଏପରିକି ସିନେମାର ସ୍କ୍ରିପ୍ଟରେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ । କିନ୍ତୁ ତାଙ୍କୁ ଏଥିରେ କୌଣସି ପ୍ରକାରର କ୍ରେଡିଟ୍‌ ମିଳିନାହିଁ। ତେଣୁ ସେ କୋର୍ଟରେ ‘ଛପାକ୍‌’ର ରିଲିଜ୍‌ ରୋକିବାକୁ ଆବେଦନ କରିଛନ୍ତି।

ଅପର୍ଣ୍ଣା ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏ ବିଷୟରେ ପୋଷ୍ଟ ମଧ୍ୟ କରିଥିଲେ । ସେ ଲେଖିଥିଲେ ଯେ ସିନେମା ନିର୍ମାତାଙ୍କ ଉପରେ ନାରାଜ ଅଛନ୍ତି, କାରଣ ସେ ତାଙ୍କୁ ଏଥିରେ କ୍ରେଡିଟ୍‌ ଦେଇନାହାଁନ୍ତି। ସେ ଏଥିରେ ଲେଖିଥିଲେ ଯେ ଏଥିପାଇଁ ସେ ଆଇନ୍‌ର ସାହାଯ୍ୟ ନେବେ । ଏଥିସହ ସେ ସିଧା ସଳଖ ଭାବେ ଧମକ ଦେଇଥିଲେ ଯେ ଦୀପିକା ପାଦୁକୋନ ଓ ଅନ୍ୟମାନଙ୍କ ସମାସ୍କନ୍ଧ ନ ହୋଇଥିଲେ ବି ସେ ଏହି ମାମଲାରେ ଚୁପ୍‌ ବସିବେ ନାହିଁ ।

ସିନେମା ‘ଛପାକ୍‌’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଏହାର କାରଣ ହେଉଛି ଦୀପିକା ପାଦୁକୋନ ଜେଏନ୍‌ୟୁ ଯାଇ ବିରୋଧ ପ୍ରଦର୍ଶନରେ ସାମିଲ୍‌ ହେବା। ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପ୍ରତି ହୋଇଥିବା ହିଂସାକାଣ୍ଡର ବିରୋଧ ପ୍ରଦର୍ଶନରେ ଦୀପିକା ସାମିଲ୍‌ ହୋଇଥିଲେ। ଯାହାପରେ ଆରମ୍ଭ ହୋଇଯାଇଛି ଜୋର୍‌ଦାର୍‌ ହଙ୍ଗାମା । ଏପରିକି ସୋଶାଲ୍‌ ମିଡିଆରେ #boycottchhapaak ଟ୍ରେଣ୍ଡ କରୁଛି।
ସିନେମା ବିଷୟରେ କହିଲେ, ‘ଛପାକ୍’ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

Comments are closed.