Odisha Link
Bridging the Missing Links in Odisha

ଜେଏନୟୁ: ‘କୁଳପତି ହଟାଅ, ଜେଏନୟୁ ବଞ୍ଚାଅ’ ରାଲି ଆରମ୍ଭ କଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଜେଏନୟୁରେ ହୋଇଥିବା ହିଂସାର ପ୍ରତିବାଦରେ ‘କୁଳପତି ହଟାଅ, ଜେଏନୟୁ ବଞ୍ଚାଅ’ ରାଲି କରିଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ। ଏଥିପାଇଁ ଆୟୋଜିତ ହୋଇଛି ଏକ ପଦଯାତ୍ରା। ଏଥିପାଇଁ ପ୍ରଶାସନ ଅନୁମତି ଦେଇନଥିଲେ ବି ନିଜ ଜିଦରେ ଛାତ୍ରଛାତ୍ରୀ ଅଟଳ ଅଛନ୍ତି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଗେଟ୍ ବାହାରେ ପୋଲିସ ଓ ଛାତ୍ର ମୁହାଁମୁହିଁ ହୋଇଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ୫ ଶହରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି। ଛାତ୍ର ଓ ଶିକ୍ଷକଙ୍କ ପଦଯାତ୍ରା ମଣ୍ଡିହାଉସରୁ ଶାସ୍ତ୍ରୀଭବନ ଯାଏଁ ଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣ୍ଡି ହାଉସରେ ୧୪୪ ଧାରା ଜାରି କରାଯାଇଛି।

ଅନ୍ୟପଟେ କଂଗ୍ରେସ ନେତା ଜୟରାମ ରମେଶ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

Comments are closed.