ଆଜିଠୁ ଏକାମ୍ର ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ଠାରୁ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଫୁଲ ପ୍ରଦର୍ଶନୀ। ଦୁଇଦିନ ଧରି ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଫ୍ଲୋରାଲ ଆନମଲ ଏବଂ ମୁଖ୍ୟ ଫାଟକ। ଏହି ଫୁଲ ପ୍ରଦର୍ଶନୀରେ ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ ଦୃଶ୍ୟ ଏବଂ ମିନି ହ୍ରଦ ସାଙ୍ଗକୁ ଫୁଆରା ପାର୍କ ଫୁଲ ପ୍ରେମୀଙ୍କୁ ଆକର୍ଷିତ କରିବ। ଫୁଲ ପ୍ରେମିକମାନଙ୍କ ପାଇଁ ଦୁଇଦିନ ମାଗଣା ପ୍ରବେଶ ରହିଛି। ଏହି ପ୍ରଦର୍ଶନୀରେ ପନିପରିବାକୁ ଫୁଲ ପରି କଟାଯାଇ ପ୍ରଦର୍ଶିତ କରାଯିବ।
ନାଲକୋ, ହର୍ଟିକଲଚର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ଏବଂ ଏକାମ୍ର କାନନ ଉଦ୍ୟାନ ମିଳିତ ସହଯୋଗରେ ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଅର୍କିଡ, ଆଜାଲିଆ , ଲିଲିୟମ , ୟୁଟିକୁଲାରିଆ ସହିତ ଅର୍ଣ୍ଣାମେଣ୍ଟାଲ ଚିଲ ଆଦି ପ୍ରଦର୍ଶିତ ହେବ। ଏଥିରେ ନାବାର୍ଡ, ରାଜଭବନ, ଜିଏ ବିଭାଗ, ଏକାମ୍ର ସହିତ ଅନେକ ଘରୋଇ ଶିକ୍ଷାନୁଷ୍ଠାନ, ବ୍ୟବସାୟୀ ଏବଂ ଫୁଲପ୍ରେମୀ ସାମିଲ ହୋଇଛନ୍ତି । କଟକ, ଭୁବନେଶ୍ବର , ସମ୍ବଲପୁର ଓ ଏମସି ଏଥିରେ ଭାଗ ନେଇଛନ୍ତି।
Comments are closed.