କାହାକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ କହିଲେ ମନ୍ତ୍ରୀ ଗିରିରାଜ
ସମ୍ବଲପୁର : ସିଏଏ ସପକ୍ଷରେ ବିଜେପିର ସମ୍ବଲପୁରରେ ଆୟୋଜତ ହୋଇଥିବା ବିଶାଳ ରାଲି ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଏହି ରାଲିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସିଏଏ ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ଜେଏନୟୁ ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ।
ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗରେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, କମ୍ୟୁନିଷ୍ଟ ଓ ଆରଜେଡି ରହିଥିବା କଥା କହିଛନ୍ତି ଗିରିରାଜ। ସମ୍ବଲପୁର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏନେଇ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିନାହିଁ।
Comments are closed.