ଆଜି ‘ଫନି’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର : ବାତ୍ୟା ଫନି କ୍ଷୟକ୍ଷତିର ଆକଳନ କରିବା ପାଇଁ ପୁଣି ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଏହି ଟିମ୍ ର ଅନ୍ୟ ସଦସ୍ୟମାନେ ହେଲେ ଅଜୟ କୁମାର, ବିବେକ ଗୋଏଲ, ଏସ୍.ଏସ୍.ମୋଦି ଏବଂ ବୀରେନ୍ଦ୍ର ସିଂହ । ୫ ଜଣିଆ ଟିମ୍ ସହ ଓଡ଼ିଶାରେ ଅବସ୍ଥାପିତ ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ଆଞ୍ଚଳିକ ଅଧିକାରୀ ରାକେଶ କୁମାର ଏବଂ କେନ୍ଦ୍ର ଜଳ ସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମ୍ରିଶ ପାଲ୍ ସିଂହ ମଧ୍ୟ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ।
ଆଜି ଏହି ଟିମ୍ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ । ୨୨ ତାରିଖରେ ଟିମ୍ ଦିଲ୍ଲୀ ଫେରିଯିବ । ପୂର୍ବରୁ ଏହି ପ୍ରତିନିଧି ଦଳ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ, ଏସ୍.ଆର୍.ସି.ଙ୍କ ସହ ବୈଠକ ମଧ୍ୟ କରିଥିଲେ ।
Comments are closed.