Odisha Link
Bridging the Missing Links in Odisha

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା, ଆଜି ୬ଘଣ୍ଟିଆ ରାଜନଗର ବନ୍ଦ

ରାଜନଗର : ଆଜି ୬ଘଣ୍ଟିଆ ରାଜନଗର ବନ୍ଦ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦୁର୍ବୃତ୍ତ ଭାଙ୍ଗିବା ଘଟଣାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ।
ଗତ ୧୯ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ତ୍ରିନାଥ ବଜାର ନିକଟରେ ବିଜୁ ସ୍ମୃତି ସଂସଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି ।

Comments are closed.