Odisha Link
Bridging the Missing Links in Odisha

ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଆଦିବାସୀ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ଲାଗି ପ୍ରଜା କୋର୍ଟରେ ଏକ ଆଦିବାସୀ ପରିବାରକୁ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି। ଏହି ପରିବାର ଲୋକଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କଟୁଆପଦର ଗ୍ରାମରେ। ଘଟଣା ପରେ ମାଓବାଦୀଙ୍କ ଭୟରେ ସମ୍ପୃକ୍ତ ଆଦିବାସୀ ପରିବାର ଗାଁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସମ୍ପୃକ୍ତ ପରିବାରକୁ ଏପରି ନିର୍ଯାତନା ଦେଇଛନ୍ତି। ପ୍ରଜା କୋର୍ଟ ବସାଇ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗାଁ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଥିଲା। ଫଳରେ ମାଓବାଦୀ ଭୟରେ ଏହି ପରିବାର ନିଜର ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ସୂଚନା ମିଳିଛି।

Comments are closed.