Odisha Link
Bridging the Missing Links in Odisha

ପୁଲିସ୍‌ ଉପସ୍ଥିତିରେ ଗଣ୍ଡଗୋଳ, ନିଲମ୍ବିତ ହେଲେ ପିସିଆର୍ ଷ୍ଟାଫ୍

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ ପାର୍କିଂକୁ ନେଇ ଗତକାଲି ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଉପସ୍ଥିତିରେ ପରବିନ୍ଦର ପାଲ ସିଂହ ନାମକ ବ୍ୟକ୍ତିଙ୍କୁ ୩ ଜଣ ବ୍ୟକ୍ତି ନିର୍ଧୂମ ଛେଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଲାଗି ନିଲମ୍ବିତ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍। ଲକ୍ଷ୍ମୀସାଗର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି। ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ୍‌।

Comments are closed.