Odisha Link
Bridging the Missing Links in Odisha

ଆଜି ସେନା ଦିବସ: ଜାଣନ୍ତୁ ଏମିତି କିଛି ସ୍ଲୋଗାନ ଯାହା ଭାରତୀୟ ସେନାଙ୍କ ମନରେ ଭରି ଦିଏ ଜୋଶ

ନୂଆଦିଲ୍ଲୀ: ଜାନୁଆରୀ ୧୫ ମାନେ ସେନା ଦିବସ ପ୍ରାୟତଃ ସମସ୍ତଙ୍କୁ ଜଣା। ୧୯୪୯ ମସିହା ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶାଲ କେଏମ କାରିୟପ୍ପା ଜେନରାଲ ଫ୍ରାସିଂସ ବୁଚରଙ୍କଠୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେଥିପାଇଁ ଜାନୁଆରୀ ୧୫କୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଓ୍ୱାର କ୍ରାଏ ବିଷୟରେ ଜାଣିଛନ୍ତି କି କିଛି। ଓ୍ୱାର କ୍ରାଏ ମାନେ ହେଉଛି ଯୁଦ୍ଧ ସମୟରେ ଯେଉଁ ନାରା ଦିଆଯାଇଥାଏ। ଯୁଦ୍ଧ ସମୟରେ ଯବାନମାନେ ଜୋଶରେ ନାରା ଦେଇଥାନ୍ତି, ଯାହାକି ଯବାନମାନଙ୍କ ମନରେ ଯୁଦ୍ଧ କରିବା ପାଇଁ ଜୋଶ ଆଣିଥାଏ। ଭାରତୀୟ ସେନାର ପ୍ରତ୍ୟକ ରେଜିମେଣ୍ଟର ନିଜ ନିଜର ଓ୍ୱାର କ୍ରାଏ ଅଛି। କେଉଁଠି ଭଗବାନ ରାମ,ଶିବ,ହନୁମାନଙ୍କ ନାମକୁ ନେଇ ଶତ୍ରୁଙ୍କ ସହିତ ଯୁଦ୍ଧ କରିଥାନ୍ତି ତ ଆଉ କେଉଁଠି ଦୁର୍ଗା ମାତା କି ଜୟ ନାରାରେ ଯୁଦ୍ଧ କରିଥାନ୍ତି। ଭାରତୀୟ ସେନାର ଓ୍ୱାର କ୍ରାଏ ହେଉଛି “ଭାରତ ମାତା କି ଜୟ”।

ଆସନ୍ତୁ ଜାଣିବା ବିଭିନ୍ନ ରେଜିମେଣ୍ଟର ଭିନ୍ନ ଭିନ୍ନ ଓ୍ୱାର କ୍ରାଏ:
ବିଗ୍ରେଡ ଅଫ ଦି ଗାର୍ଡସ୍: “ଗରୁଡ କା ହୁଁ ବୋଲ ପ୍ୟାରେ”
ପେରାଶୁଟ ରେଜିମେଣ୍ଟ: “ସର୍ବଦା ଶକ୍ତିଶାଳୀ”
ମେକାନାଇଜଡ ଇନଫେଣ୍ଟ୍ରି ରେଜିମେଣ୍ଟ: “ବୋଲ ଭାରତ ମାତା କି ଜୟ”
ପଞ୍ଜାବ ରେଜିମେଣ୍ଟ: “ଜୋ ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ” କିମ୍ୱା “ବୋଲୋ ଜ୍ୱାଲା ମା କି ଜୟ”
ମଦ୍ରାସ ରେଜିମେଣ୍ଟ: “ବୀରା ମଦ୍ରାସୀ, ଅଡି କୋଲୁ, ଅଡି କୋଲୁ”
ଅଲ ଗୋରଖା ରାଇଫଲସ: “ଜୟ ମହାକାଳୀ, ଆୟୋ ଗୋରଖାଲି”

ଗୋରଖାଓଙ୍କ ବିଷୟରେ ଇଣ୍ଡିଆନ ଆର୍ମି ଚିଫ୍ ସେମ ମାନେକଶାଁ କହିଥିଲେ ଯେ, “If a man says he is not afraid of dying, he is either lying or is a Gurkha” ଏହା ମାନେ ହେଲା “ଯଦି କେହି କହୁଛିକି ମତେ ମୃତ୍ୟୁକୁ ଡର ଲାଗେ ନାହିଁ, ତାହା ହେଲେ ସେ ମିଛ କହୁଛି ନେଚତ ସେ ଗୋରଖା ହୋଇଥିବ”। ବାଲାଂଦେଶକୁ ପାକିସ୍ତାନଠାରୁ ଅଲଗା କରିବାର ଶ୍ରେୟ ଜେନେରାଲ ସେମ ମାନେକଶାଁଙ୍କୁ ଦିଆଯାଇଛି ।

ମରାଠ ଲାଇଟ ଇନଫ୍ରେଣ୍ଟି: “ବୋଲ ଛତ୍ରପତି ଶିବାଜୀ ମହାରାଜ କି ଜୟ” ଏବଂ “ତମଲାଇ ମାତା କି ଜୟ”
ଦି ଗ୍ରେନିଡିୟର୍ସ: “ସର୍ବଦା ଶକ୍ତିଶାଳୀ”
ରାଜପୁତାନା ରାଇଫଲ: “ରାଜା ରାମଚନ୍ଦ୍ର କି ଜୟ”
ରାଜପୁତ ରେଜିମେଣ୍ଟ: “ବୋଲ ବଜରଙ୍ଗୀ ବାଲି କି ଜୟ”
ଜାଟ ରେଜିମେଣ୍ଟ: “ଜାଟ ବଳବାନ, ଜୟ ଭଗବାନ”
ସିଖ୍ ରେଜିମେଣ୍ଟ: “ଜୋ ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ”
ସିଖ୍ ଲାଇଟ ଇନଫେଣ୍ଟ୍ରି: “ଜୋ ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ”
ଡୋଗରା ରେଜିମେଣ୍ଟ: “ଜ୍ୱାଳା ମାତା କି ଜୟ”
ଦି ଗଢବାଲ ରାଇଫଲସ: “ବଦ୍ରି ବିଶାଲ ଲାଲ କି ଜୟ”
କୁମାଉଁ ରେଜିମେଣ୍ଟ: “କାଳିକା ମାତା କି ଜୟ”, “ବଜରଙ୍ଗ ବାଲି କି ଜୟ”, “ଦାଦା କିଶନ କି ଜୟ”
ଆସାମ ରେଜିମେଣ୍ଟ: “ରାଇନୋ ଚାର୍ଜ”


ଏହା ବ୍ୟତିତ ଆସାମ ରେଜିମେଣ୍ଟର ଏକ ପ୍ରସିଦ୍ଧ ସ୍ଲୋଗାନ ଅଛି। ସେହି ସ୍ଲୋଗାନଟି ହେଲା “ବଦଲୁରାମ କା ବଦନ ଜମୀନ କେ ନିଚେ ହୈ”। ଏହା ପଛର କାହାଣୀ କଣ ଜାଣନ୍ତୁ:
ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ଜାପାନୀ ସେନା ଭାରତକୁ ପଶି ଆସୁଥାନ୍ତି ସେତେବେଳେ ଆସାମ ରେଜିମେଣ୍ଟ ଜାପାନୀ ସେନାଙ୍କୁ ଅଟକଉଥାନ୍ତି।ଏହି ଯୁଦ୍ଧ ସମୟରେ ଆସାମ ରେଜିମେଣ୍ଟର ସିପାହୀ ବଦଲୁରାମର ମୃତ୍ୟୁ ହୋଇଥିଲା। ବଦୁଲରାମକି ମୃତ୍ୟୁପରେ ତାଙ୍କ ଅନ୍ତିମ ସଂସ୍କାର କରିଦିଆଯାଇଥିଲା କିନ୍ତୁ ତାଙ୍କ ନାମର ରାଶନ ଆସୁଥିଲା। ବଦଲୁରାମଙ୍କ ନାମରେ ଆସୁଥିବା ରାଶନ ଜମା ହେବାରେ ଲାଗିଲା ଏହି ମଧ୍ୟରେ ଜାପାନୀ ସୈନ ଅସମ ରେଜିମେଣ୍ଟର ସେନାଙ୍କୁ ଗିରଫ କରି ଥିଲେ।

ଏହାଫଳରେ ରାଶନ ଆସିବା ବନ୍ଦ ହୋଇଯାଇଥିଲା। ଏହି ସମୟରେ ଆସାମ ରେଜିମେଣ୍ଟର ଯବାନ ମାନେ ଜମା ହୋଇଥିବା ବଦଲୁରାମଙ୍କ ରାଶନର ସାହାର୍ଯ୍ୟ ନେଇ ଲଢେଇ କରିଥିଲେ । ଏହି ଘଟଣାକୁ ନେଇ ରେଜିମେଣ୍ଟର ଏକ ଯବାନ ଗୀତ ଲେଖିଥିଲେ, “ବଦଲୁରାମଙ୍କ ଦେହ ମାଟି ତଳେ ଅଛି….କିନ୍ତୁ ଆମକୁ ତାର ରାଶନ ମିଳେ” । ଯାହା କି ଏବେ ଆସାମ ରେଜିମେଣ୍ଟର ସ୍ଲୋଗାନ ।

ଆଉ କିଛି ରେଜିମେଣ୍ଟର ନାମ ଓ ଓ୍ୱାର କ୍ରାଏ ବିଷୟରେ ଜାଣନ୍ତୁ
ବିହାର ରେଜିମେଣ୍ଟ: “ଜୟ ବଜରଙ୍ଗ ବାଲୀ”
ମହାର ରେଜିମେଣ୍ଟ: “ବୋଲୋ ଭାରତ ମାତା କି ଜୟ”
ଜମ୍ମୁ ଓ କାଶ୍ମୀର ରେଜିମେଣ୍ଟ: “ଦୁର୍ଗା ମାତା କି ଜୟ”
ଜମ୍ମୁ ଓ କାଶ୍ମୀର ଲାଇଟ ଇନଫେଣ୍ଟ୍ରି: “ଭାରତ ମାତା କି ଜୟ”
ଲଦାଖ ସ୍କାଉଟସ୍: “କି କି ସୋ ସୋ ଲହର ଝାଲି”

Comments are closed.