Odisha Link
Bridging the Missing Links in Odisha

ଆଜିଠାରୁ କଟିବ ବିଦ୍ୟୁତ୍‌

ଭୁବନେଶ୍ବର: ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କର ୧୬ ତାରିଖରୁ ଲାଇନ୍ ନିଶ୍ଚୟ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ୯ଟି ଜିଲ୍ଲାରେ ୪୧୩ଟି ସ୍କାର୍ଡକୁ ଦାୟିତ୍ବ ଦିଆଯାଇଛି ।

ତେବେ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ୍ ଦେବାକୁ, ହେଲେ ବିଲ୍ ପେମେଣ୍ଟ କରୁନାହାନ୍ତି ସେମାନଙ୍କ ବିଦ୍ୟୁତ୍ କାଟ୍ ହେବ। ସାରା ଗାଁରେ ବିଦ୍ୟୁତ୍ କାଟ୍ ହେବନି। ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସ୍ପଷ୍ଟ ସୂଚନା ଦେଇଛନ୍ତି।

ବିଦ୍ୟୁତ୍ ବିତରକ କମ୍ପାନୀଙ୍କ ଉପରେ ୭୬୫୬ କୋଟି ଟଙ୍କା ବାକି ଥିବାବେଳେ, ୧୧ ହଜାର ଗାଁକୁ ଅନ୍ଧାର କରିବାକୁ ସେସୁ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ତେବେ ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଛି। ପିଲାଙ୍କ ଭବିଷ୍ୟତକୁ ଦେଖି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଥିଲା। ତେବେ ଆଜି ସେସୁର କାର୍ଯ୍ୟପନ୍ଥା କଣ ରହୁଛି ତାହା ଦେଖିବାକୁ ବାକି ରହିଲା।

Comments are closed.