Odisha Link
Bridging the Missing Links in Odisha

ଆଜିଠୁ ଇନ୍ଧନ ସଂରକ୍ଷଣ ଅଭିଯାନ ‘ସକ୍ଷମ’ର ଶୁଭାରମ୍ଭ

ନୂଆଦିଲ୍ଲୀ : ଆଜିଠୁ ଇନ୍ଧନ ସଂରକ୍ଷଣ ଅଭିଯାନ ‘ସକ୍ଷମ’ର ଶୁଭାରମ୍ଭ। ପେଟ୍ରୋଲିୟମ୍‍ ସଂରକ୍ଷଣ ଓ ଗବେଷଣା ଆସୋସିଏସନ (ପିସିଆର୍‍ଏ) ପକ୍ଷରୁ ଆଜି ଏକ ଜନକୈନ୍ଦ୍ରିକ ବୃହତ ଇନ୍ଧନ ସଂରକ୍ଷଣ ଅଭିଯାନ ‘ସକ୍ଷମ’ର ଶୁଭାରମ୍ଭ କରାଯିବ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ବୃହତ ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଉଦ୍‍ଘାଟନ କରିବେ। ସମଗ୍ର ଭାରତରେ ଇନ୍ଧନ ସଂରକ୍ଷଣ ଓ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତାକୁ ପ୍ରଚାର କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଏହି ଅଭିଯାନ ସମୟରେ ପିସିଆର୍‍ଏ, ତୈଳ ଓ ଗ୍ୟାସ୍‍ କମ୍ପାନୀମାନଙ୍କ ସହ ମିଶି ସକ୍ଷମ ସାଇକେଲ ଦିବସ, ସାଇକେଲ ଶୋଭାଯାତ୍ରା, ମହିଳାମାନଙ୍କ ଦ୍ୱାରା ସରଳ ଗ୍ୟାସ ବ୍ୟବହାର ପଦ୍ଧତି ଆପଣେଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

Comments are closed.